
ଖୋର୍ଦ୍ଧା,: ଖୋର୍ଦ୍ଧା ଗ୍ରାମାଂଚଳରେ କରୋନା ସଂକ୍ରମଣର ୨ୟ ଲହର ପୁଣି କହର ଦେଖାଇଛି । ଆଜି ମୋଟ ପରୀକ୍ଷଣର ୧୧ ପ୍ରତିଶତ ସଂକ୍ରମିତ ହୋଇଥିବା ବେଳେ ଚଳିତ ମାସରେ ଦ୍ୱିତୀୟ ଥର ପାଇଁ ଦୈନିକ ସଂକ୍ରମଣ ୧୦୦ ଟପିଛି ।
ଜିଲ୍ଲା ଆପାତ୍କାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ୫୮୦ଟି ରାପିଡ୍ ଆଂଟିଜେନ୍ ଓ ୩୫୯ ଆର୍ଟି-ପିସିଆର୍ ପରୀକ୍ଷଣ ହୋଇଥିଲା । ଏହା ମଧ୍ୟରୁ ୧୧୧ଜଣଙ୍କ ଠାରେ ପଜିଟିଭ୍ ଥିବା ଚିହ୍ନଟ କରାଯାଇଛି । ଆଜିର ଦୈନିକ ସଂକ୍ରମଣ ସହ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୮୮ ହୋଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ବାଲିଅନ୍ତାରୁ ୧୬, ଭୁବନେଶ୍ୱର ବ୍ଲକରୁ ୮, ଜଟଣୀରୁ ୧୭, ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରୁ ୩୪, ବେଗୁନିଆରୁ ୧୩, ବୋଲଗଡ଼ରୁ ୨, ଟାଙ୍ଗୀରୁ ୫, ଚିଲିକା-ବାଲୁଗାଁରୁ ୬, ବାଣପୁରରୁ ୩, ବାହାର ଜିଲ୍ଲାରୁ ଖୋର୍ଦ୍ଧାକୁ ଆସିଥିବା ୭ ଜଣ ପଜିଟିଭ୍ ଅଛନ୍ତି ।
The post ଦୈନିକ ସଂକ୍ରମିତ ଦ୍ୱିତୀୟ ଥର ପାଇଁ ୧୦୦ ଟପିଲା first appeared on Sambad.from ଜିଲ୍ଲା | Sambad https://ift.tt/33a2d37
0 Comments