
ସମ୍ବଲପୁର: ହାଇଦର୍ ଫେରାର୍ ଘଟଣାରେ ପୁଲିସ୍ ବିଭାଗ ପ୍ରଥମେ ସମ୍ବଲପୁରରୁ ଯାଇଥିବା ଗାର୍ଡ ପାର୍ଟିର ସମସ୍ତ ୫ ଜଣ ସଦସ୍ୟଙ୍କୁ ନିଲମ୍ବିତ କରିଥିଲାବେଳେ ଏବେ ଦ୍ବିତୀୟ କାର୍ଯ୍ୟାନୁଷ୍ଠାନ ହୋଇଛି। ଏହି ଘଟଣାରେ ସମ୍ବଲପୁରର ରିଜର୍ଭ ଇନ୍ସପେକ୍ଟର ମଧୁସୂଦନ ମହାପାତ୍ରଙ୍କୁ ବଦଳି କରାଯାଇଛି। ପୁଲିସ୍ ମୁଖ୍ୟାଳୟରୁ ସୋମବାର ଜାରି ବଦଳି ଆଦେଶରେ ତାଙ୍କୁ ତୁରନ୍ତ ଦାୟିତ୍ବ ହସ୍ତାନ୍ତର କରି ନୂଆ ସ୍ଥାନରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ଶ୍ରୀ ମହାପାତ୍ର ସର୍ଜେଣ୍ଟଙ୍କୁ ଦାୟିତ୍ବ ହସ୍ତାନ୍ତର କରି ଏଠାରୁ ରିଲିଭ୍ ହୋଇଛନ୍ତି। ତାଙ୍କ ସ୍ଥାନରେ ବୌଦ୍ଧର ଆର୍ଆଇ ରାଜୀବ ଲୋଚନ ସେଠ୍ଙ୍କୁ ସମ୍ବଲପୁର ବଦଳି ହୋଇଛି।
ଅପରାଧୀଙ୍କ ସହ ଗାର୍ଡ ପାର୍ଟି ପଠାଇବାରେ ଓ ଦାୟିତ୍ବ ଆବଣ୍ଟନରେ ରିଜର୍ଭ ଇନ୍ସପେକ୍ଟରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କହାଯାଉଛି। ପୁଲିସ୍ ବିଭାଗ ଏହି ଘଟଣାରେ ପ୍ରଥମ କରି ଅପେକ୍ଷାକୃତ ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲାବେଳେ ଆଗାମୀ ଦିନରେ ଆହୁରି ବଡ଼ ମୁଣ୍ଡ ଗଡ଼ିପାରେ ବୋଲି ଆଶଂକା କରାଯାଉଛି। ଜିଲ୍ଲା ପୁଲିସ୍ ମୁଖ୍ୟଙ୍କଠାରୁ ଆରମ୍ଭ କରି ଆହୁରି କିଛି ବରିଷ୍ଠ ଅଧିକାରୀଙ୍କ ଭୂମିକା ରହୁଥିବାରୁ ଆଗାମୀ ଦିନରେ କାହା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଉଛି, ତାହା ଦେଖିବାକୁ ବାକି ରହିଲା।
The post ରିଜର୍ଭ ଇନ୍ସପେକ୍ଟର୍ଙ୍କୁ ବଦଳି, ଆଗକୁ ଗଡ଼ିପାରେ ବଡ଼ ମୁଣ୍ଡ! first appeared on Sambad.from ଜିଲ୍ଲା | Sambad https://ift.tt/2QKyHO5
0 Comments