ନୀଳଗିରି/ଔପଦା/କୁଳିଅଣା : ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଓ ବାଲେଶ୍ବର ଜିଲ୍ଲାର କୁଲଡ଼ିହା ଅଭୟାରଣ୍ୟକୁ ପୁଣି ବନାଗ୍ନି ଗ୍ରାସ କରିଛି। ପ୍ରବଳ ଖରାତାତି ସାଙ୍ଗକୁ ଜଙ୍ଗଲ ନିଆଁରୁ ବର୍ତ୍ତିବା ଲାଗି ବନ୍ୟଜନ୍ତୁ ଜୀବନବିକଳରେ ଗାଁ ମୁହାଁ ହେଉଛନ୍ତି।

ଶିମିଳିପାଳ ନିଆଁ ପ୍ରଭାବରେ ଏକ ବଣ ମଇଁଷି ଆଜି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବନାଞ୍ଚଳକୁ ପଶିଆସିଥିଲା। ମଇଁଷିଟିକୁ ବଡ଼ନୂଆଗାଁ ନିକଟ ମଝିବଣ ପଡ଼ିଆରେ ବୁଲୁଥିବା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ। ମଇଁଷିଟିକୁ ଧରିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ବନ ବିଭାଗ ସଫଳ ହୋଇ ପାରିନାହିଁ। ସେପଟେ ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ବର ପୀଠ ସଂଲଗ୍ନ ଦେବଗିରି ପାହାଡ଼, ବିଷ୍ଣୁପୁର, ଶାଗଥଳି ଜଙ୍ଗଲ ହୁତୁହୁତୁ ହୋଇ ଜଳିବା ଯୋଗୁଁ ହରିଣ, ସମ୍ବର, କୁଟୁରା ପ୍ରଭୃତି ବନ୍ୟପ୍ରାଣୀ ଜନବସତି ଆଡ଼କୁ ପଳାଇ ଆସୁଥିବା ଦେଖିବାକୁ ମିଳିଛି।

The post ଶିମିଳିପାଳ, କୁଲଡ଼ିହାରେ ପୁଣି ନିଆଁ, ଜୀବଜନ୍ତୁ ଏବେ ଗାଁ ମୁହାଁ first appeared on Sambad.

from ଜିଲ୍ଲା | Sambad https://ift.tt/2QQYgx6