କୋରାପୁଟ: ବିହାର ଚାଖିବ ପୌଷ୍ଠିକଯୁକ୍ତ ଓଡ଼ିଶାର ଅରୁଆ ଚାଉଳ। ମାଲକାନଗିରି ଜିଲ୍ଲାରୁ ପୌଷ୍ଠିକଯୁକ୍ତ ଅରୁଆ ଚାଉଳ ବିହାର ପୂର୍ଣ୍ଣିଆ ଜିଲ୍ଲାସ୍ଥିତ ବେଲାରି ଡିପୋକୁ ପଠାଯାଇଛି। ଆଜି ଜୟପୁର ଉମୁରୀ ସ୍ଥିତ ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ୪୨ ବକ୍ସ ଚାଉଳ ପଠାଯାଇଛି। ମାଲକାନଗିରି ଯୋଗାଣ ବିଭାଗ ସହଯୋଗରେ ଜିଲ୍ଲାର ମିଲରମାନେ ୨୬ହଜାର ୫୨୦ କୁଇଣ୍ଟାଲ ଚାଉଳ ପକ୍ରିୟାକରଣ କରାଯାଇ ପଠାଯାଇଛି। ପ୍ରଥମଥର ପାଇଁ ଓଡ଼ିଶାରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରୁ ଭଲ ଗୁଣବତ୍ତାର ଚାଉଳ ବିହାରକୁ ପଠାଯାଇଛି। ଜୟପୁର ରେଳଷ୍ଟ‌େସନରୁ ସ୍ବତନ୍ତ୍ର ବଗିରେ ବିହାରକୁ ପଠାଯାଇଥବା ଜଣାପଡିଛି।

ଭାରତୀୟ ଖାଦ୍ୟ ନିଗମର ଉପସାଧାରଣ ପରିଚାଳକ ପି.କେ ବେହେରା, ଭୁବନେଶ୍ବର ଅଞ୍ଚଳିକ ପରିଚାଳକ ସନ୍ତୋଷ କୁମାର  ଆଦି, ଗୁଣ ନିୟନ୍ତ୍ରକ ସହାୟକ ପ୍ରବନ୍ଧକ ପି‌.କେ ବେହେରାଙ୍କ ସହ ଜୟପୁର ଓ ଉମୁରୀରେ ରହିଥିବା କର୍ମଚାରୀମାନେ ସହଯୋଗ କରିଥିଲେ।

The post ବିହାର ଚାଖିବ ମାଲକାନଗିରି ଚାଉଳ  first appeared on Sambad.

from ଜିଲ୍ଲା | Sambad https://ift.tt/3d58zqf