ଅନୁଭବ-ବର୍ଷା ମାମଲା: ପରିବାର ଅଦାଲତରେ ଶୁଣାଣି ଘୁଞ୍ଚିଲା

କଟକ : କଟକ ପରିବାର ଅଦାଲତରେ ଆଜି ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣି ଘୁଞ୍ଚିଛି। ପରିବାର ଅଦାଲତରେ ଦାଖଲ ଆବେଦନର କପି ବର୍ଷାଙ୍କୁ ପ୍ରଦାନ କରାଯାଇ ନଥିବାରୁ ମାମଲାର ଶୁଣାଣି ଆଜି ହୋଇ ପାରିନଥିଲା। ମେ ତୃତୀୟ ସପ୍ତାହକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ମାର୍ଚ୍ଚ ୫ର ନିର୍ଦ୍ଦେଶ ଅନୁସାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ କରିଥିବା ଆବେଦନ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଆସିଥିଲା। ଏପ୍ରିଲ ୫ରେ ଉଭୟ ବ୍ୟକ୍ତିଗତ ଭାବେ ହାଜର ହୋଇଥିବା ବେଳେ ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୯କୁ ଧାର୍ଯ୍ୟ କରାଯାଇଥିଲା।

The post ଅନୁଭବ-ବର୍ଷା ମାମଲା: ପରିବାର ଅଦାଲତରେ ଶୁଣାଣି ଘୁଞ୍ଚିଲା first appeared on Sambad.

from ଜିଲ୍ଲା | Sambad https://ift.tt/3eerY7i

Post a Comment

0 Comments