ଯାଜପୁର/ଧର୍ମଶାଳା : ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ୍ ଖଣିଖାଦାନକୁ ନିୟମିତ ବିରୋଧ କରି ଆସୁଥିବା ସୂଚନା ଅଧିକାର କର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେ‌ହୁରାଙ୍କୁ ହତ୍ୟା ପାଇଁ ୨୦ହଜାର ଟଙ୍କାର ସୁପାରି ନେଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୩ଜଣଙ୍କୁ ପୁଲିସ ଗିରଫ କରିଛି। ଏହି ଘଟଣାର ମାଷ୍ଟର୍ ମାଇଣ୍ଡ୍ କୁହାଯାଉଥିବା ଅନ୍ୟତମ ଅଭିଯୁକ୍ତ ଫେରାର ହୋଇଯାଇଛି।

ଗତ ମାର୍ଚ୍ଚ ୨୭ତାରିଖରେ ସର୍ବେଶ୍ବରଙ୍କୁ ହତ୍ୟା ପାଇଁ ୪ଟି ବୋମା ଫିଙ୍ଗିଥିବା ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି ବୋଲି ଆଜି ଯାଜପୁର ଏସ୍‌ପି ରା‌ହୁଲ ପିଆର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତ ଆଠଗଡ଼ (ପୁରୁଷୋତ୍ତମପୁର)ର ଶିବାନୀ ବେହେରା (୧୯), ଗଁନ୍ଦିଆ(ଢେଙ୍କାନାଳ)ର କାଳିଆ ଦାସ ଓରଫ ଅନିଲ(୨୮) ଓ ବଡ଼ଚଣା(କୁଆଁରପୁର)ର ଶମ୍ଭୁନାଥ ନାୟକଙ୍କୁ ଆଜି ଚଣ୍ଡିଖୋଲ ଜେଏମ୍ଏ‌ଫ୍‌ସି‌ କୋର୍ଟରେ ହାଜର କରାଯାଇଥିଲା। ସେମାନଙ୍କର ଜାମିନ ନାମଞ୍ଜୁର ହୋଇଯିବାରୁ ରଗଡ଼ି ଜେଲକୁ ପଠାଇ ଦିଆଯାଇଛି। ତେବେ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି।

The post ସୂଚନା ଅଧିକାର କର୍ମୀଙ୍କ ଉପରେ ବୋମାମାଡ଼ ଘଟଣା: ୩ ଅଭିଯୁକ୍ତ ଗିରଫ first appeared on Sambad.

from ଜିଲ୍ଲା | Sambad https://ift.tt/39VoxkE