ଡାବୁଗାଁ : ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଶୁଣ୍ଢିଗୁଡ଼ା ଗ୍ରାମର ଜଣେ ବୃଦ୍ଧବ୍ୟକ୍ତି ଗୁରୁବାର ଦିନ କରୋନା ଟିକା ନେଇଥିଲେ। ତେବେ ଆଜି ତାଙ୍କର ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ଟଙ୍କଧର ବିଶୋଇ ବୋଲି ଜଣାପଡ଼ିଛି। ତେବେ ମୃତ ଟଙ୍କଧରଙ୍କର ପୂର୍ବରୁ ପେଟ ବ୍ୟଥା ବେମାର ଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ଓ ଡାବୁଗାଁ ଥାନାରୁ ଏକ ଟିମ୍ ଯାଇ ମୃତ ବ୍ୟକ୍ତିଙ୍କ ପରିବାରକୁ ଶବ ଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ପରିବାର ଲୋକେ ସ୍ବାଭାବିକ ମୃତ୍ୟୁ ହୋଇଥିବା କହି ଶବ ଦେବାକୁ ମନା କରିଥିବା ସୂଚନା ମିଳିଛି।

ଟିକା ନେବା ପରେ ବି ଏମ୍‌ସ ଡାକ୍ତରଙ୍କୁ କରୋନା
ଭୁବନେଶ୍ବର : ଦୁଇଟି ଡୋଜ୍‌ ଟିକା ନେବା ପରେ ବି ଏମ୍‌ସର ଜଣେ ଡାକ୍ତର କରୋନାରେ ସଂକମ୍ରିତ ହୋଇଛନ୍ତି। ସେ ବର୍ତ୍ତମାନ ବିପଦମୁକ୍ତ ଥିବା ଏମ୍‌ସ ପକ୍ଷରୁ କୁହାଯାଇଛି। ବିଭିନ୍ନ ସ୍ଥାନରେ ଟିକା ନେବା ପରେ ମଧ୍ୟ ଅନେକ ବ୍ୟକ୍ତି ସଂକ୍ରମିତ ହେଉଥିବା ଘଟଣା ନଜରକୁ ଆସୁଛି। ତେବେ ସେମାନଙ୍କ ସଂଖ୍ୟା ସୀମିତ ବୋଲି ବିଶେଷଜ୍ଞମାନେ କହନ୍ତି।

The post କରୋନା ଟିକା ନେଇଥିବା ବୃଦ୍ଧଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/3rHmmqN