କଟକ : ମଧ୍ୟାହ୍ନ ଭୋଜନ (ଏମଡିଏମ୍) ଖାଦ୍ୟଶସ୍ୟ ପରିବହନ କାର୍ଯ୍ୟ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡର ‌କ୍ଷେତ୍ରରେ ବେକାର ଯୁବକଙ୍କୁ ଅଣଦେଖା ଅଭିଯୋଗ କରି ଦାୟର ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। ମଧ୍ୟାହ୍ନ ଭୋଜନ ଖାଦ୍ୟଶସ୍ୟ ପରିବହନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ ଆହ୍ବାନ କରାଯାଇଥିବା ଟେଣ୍ଡରରେ ରହିଥିବା ନିର୍ଦ୍ଦିଷ୍ଟ ସର୍ତ୍ତ ବିରୋଧରେ ଦାୟର ମାମଲ‌ାକୁ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ୍.ମୁରଲୀଧର ଓ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଖାରଜ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ମଧ୍ୟାହ୍ନ ଭୋଜନ ଖାଦ୍ୟ ସାମଗ୍ରୀ ପରିବହନ ପାଇଁ ଆହ୍ବାନ କରାଯାଇଥିବା ଟେଣ୍ଡରରେ ସର୍ତ୍ତ ରଖାଯାଇଥିଲା ଯେ ଏହି ପ୍ରକ୍ରିୟାରେ ଅଂଶ ଗ୍ରହଣ କରିବାକୁ ଥିବା ବ୍ୟକ୍ତିଙ୍କୁ ଏକ୍ସପେରିଏନ୍ସ ସାର୍ଟିଫିକେଟ ଦାଖଲ କରିବାକୁ ହେବ। ଖାଦ୍ୟ ସାମଗ୍ରୀ ପରିବହନ କ୍ଷେତ୍ରରେ ଅନୁଭବ ଥିବା ବ୍ୟକ୍ତିଙ୍କୁ ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ ପାଇଁ କେବଳ ଅନୁମତି ରହିଥିବା ଏହି ସର୍ତ୍ତରୁ ସ୍ପଷ୍ଟ ହୋଇଥିଲା। ଏଥିସହିତ ଜିଏସ୍‌ଟି ପଞ୍ଜୀକରଣ ସାର୍ଟିଫିକେଟ୍ ଓ ଦୁଇ ବର୍ଷର ଆୟକର ରିଟର୍ଣ୍ଣ ସଂପର୍କିତ ତଥ୍ୟ ଦାଖଲ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଥିଲା। ଟେଣ୍ଡରରେ ରହିଥିବା ଏହି ସବୁ ସର୍ତ୍ତକୁ ବିରୋଧ କରି ବି.ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

The post ହାଇକୋର୍ଟରେ ମଧ୍ୟାହ୍ନ ଭୋଜନ ସାମଗ୍ରୀ ପରିବହନ ଟେଣ୍ଡର ମାମଲା : ଯୁବକଙ୍କୁ ଅଣଦେଖା ଆବେଦନ ଖାରଜ first appeared on Sambad.

from ଜିଲ୍ଲା | Sambad https://ift.tt/3sLh4Mi