ବାଲେଶ୍ୱର : କରୋନାରେ ଆକ୍ରାନ୍ତ ହୋଇ ତୃପ୍ତି ଓ ତାଙ୍କ ସ୍ଵାମୀ ସୁଶାନ୍ତ ପଣ୍ଡା କିଛି ତଳେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଆଜି ସନ୍ଧ୍ୟାରେ ତୃପ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ଵାମୀ ଏବେବି ଚିକିତ୍ସାଧୀନ ଅଛନ୍ତି। ତୃପ୍ତି ବହୁ ବର୍ଷ ଧରି ଇଷ୍ଟର୍ଣ୍ଣ ଯାତ୍ରା ପାର୍ଟିରେ ଅଭିନୟ କରିଛନ୍ତି । ଏବେ ସେ ମଞ୍ଚ ମଞ୍ଜରିରେ ଅଭିନୟ କରୁଥିଲେ। ତୃପ୍ତି ହେଉଛନ୍ତି ଯାତ୍ରା ଜଗତର ଜଣାଶୁଣା ଖଳନାୟକ ଦଇତାରୀ ପଣ୍ଡାଙ୍କ ଭାଇ ବୋହୂ। ମୃତ୍ୟୁ ବେଳକୁ ତୃପ୍ତିଙ୍କୁ ମାତ୍ର ୩୨ ବର୍ଷ ବୟସ ହୋଇ ଥିଲା। ତାଙ୍କର ୫ ବର୍ଷର ଗୋଟେ ଝିଅ ଅଛି। ତୃପ୍ତିଙ୍କ ମୃତ୍ୟୁରେ କଳାକାର ଜଗତରେ ଶୋକର ଛାୟା ଖେଳି ଯାଇଛି।

The post କରୋନାରେ ଯାତ୍ରା ଅଭିନେତ୍ରୀ ତୃପ୍ତି ପଣ୍ଡାଙ୍କ ମୃତ୍ୟୁ first appeared on Sambad.

from ଜିଲ୍ଲା | Sambad https://ift.tt/2Pro5n5