ମାଲକାନଗିରି: ମାଲକାନଗିରି ବନାଞ୍ଚଳ ତରଫରୁ ଗତ କିଛିଦିନ ତଳେ ଲକ୍ଷାଧିକ ଟଙ୍କାର କାଠ ଗଣ୍ଡି ଜବତ କରିଥିବା ବେଳେ ଆଜି ପୁଣି ଚଢ଼ାଉ କରାଯାଇ ବିପୁଳ ପରିମାଣର କାଠ ଗଣ୍ଡି ଜବତ କରାଯାଇଛି। ଵିଶେଷ ସୂତ୍ରରୁ ଖବର ପାଇ ଡ଼ିଏଫଓ ପ୍ରଦୀପ ମିରାସେଙ୍କ ନିର୍ଦ୍ଦେଶ କ୍ରମେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଶୋଇଙ୍କ ନେତୃତ୍ୱରେ କମାଲିଗୁଡା ନିକଟସ୍ଥ ପୋଟେରୁ ନଦୀ କୁଳରେ କାଠ ଗଣ୍ଡି ଗଛିତ ହୋଇ ରହିଥିବା ଜାଣିବା ପରେ ଚଢ଼ାଉ କରାଯାଇଥିଲା।

ସେଠାରେ ୧୧ ଟି ଶାଗୁଆନ ଏବଂ ୮ ଟି ବିଜା ଗଣ୍ଡି ଜବତ କରାଯାଇଛି। ପ୍ରାୟ ୬୧ ଘନଫୁଟ କାଠର ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କାର ହେବ ବୋଲି କୁହାଯାଇଛି। ଏହି ଚଢ଼ାଉରେ ବନପାଳ ମୋହନ ଗୁଡ଼ିଆ, ଦିବାକର ଜେନା, ରାଜେଶ ସେଠି ସମେତ ବନରକ୍ଷୀ ତଥା ସୁରକ୍ଷା ଗାର୍ଡ ଅଂଶଗ୍ରହଣ କରିଥିଲେ।

The post ବିପୁଳ ପରିମାଣର କାଠ ଗଣ୍ଡି ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/3tEtG8q