
ଜଗନ୍ନାଥପ୍ରସାଦ/ପ୍ରତାପୁର : ପାରିବାରିକ କଳହରୁ ବର୍ବରତାର ସବୁ ସୀମା ଟପିଗଲା ସ୍ବାମୀ। ବିବାହବେଳେ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବ ବୋଲି ପ୍ରତିଶ୍ରୁତି ଦେଇଥିବା ସ୍ବାମୀ ଶେଷରେ ନିଆଁରେ ପୋଡ଼ି ପତ୍ନୀକୁ ହତ୍ୟା କରିଛି। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ତାରସିଂ ଥାନା ଅଧୀନ ତୁଳସୀପଲ୍ଲୀ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଝିଲି ପ୍ରଧାନ (୨୬)। ତାଙ୍କ ସ୍ବାମୀ ଦୁଃଖୀଶ୍ୟାମ ପ୍ରଧାନ (୩୫) ଘରର କବାଟ ବନ୍ଦ କରି ଝିଲିଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା। ଦୁଃଖୀଶ୍ୟାମ ବାହାରକୁ ଆସିବାବେଳେ ନିଆଁ ଲାଗି ଆହତ ହୋଇଥିବା ଜଣାପଡ଼ିଛି।
ଶାବଳରେ ତଣ୍ଟି ଚିପି ସ୍ତ୍ରୀକୁ ହତ୍ୟା
ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧୀନ ଗୋପାଳପୁର ଶାସନ ପଞ୍ଚାୟତ ସୋରିଷବିଲି ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଯୌତୁକ ଲୋଭରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ନୃଶଂସ ଭାବେ ହତ୍ୟା କରିଥିବା ଅଭିଯୋଗ ହୋଇଛି।
ମୃତକ ହେଲେ ବଡ଼ଗଡ଼ ଗ୍ରାମର ହୀନ ସ୍ବାଇଁଙ୍କ ଝିଅ ରିଙ୍କି ସ୍ବାଇଁ (୨୧)। ଅଭିଯୋଗ ଅନୁସାରେ, ସ୍ବାମୀ ଧର୍ମେନ୍ଦ୍ର ସ୍ବାଇଁ ଓ ପତ୍ନୀଙ୍କ ମଧ୍ୟରେ ଗତକାଲି ରାତିରେ ଝଗଡ଼ା ହୋଇଥିଲା। ଏହି ସମୟରେ ରିଙ୍କିଙ୍କ ତଣ୍ଟିରେ ଶାବଳ ପକାଇ ଧର୍ମେନ୍ଦ୍ର ହତ୍ୟା କରିଥିଲେ। ମାମଲା ରୁଜୁ ସହ ଅଭିଯୁକ୍ତ ସ୍ବାମୀ ଧର୍ମେନ୍ଦ୍ରଙ୍କୁ ଅଟକ ରଖି ସୋରଡ଼ା ଥାନା ପୁଲିସ୍ ତଦନ୍ତ ଚଳାଇଛି।
The post ପାରିବାରିକ କଳହରୁ ବର୍ବରତା : କିରାସିନି ଢାଳି ନିଆଁ ଲଗାଇଲା first appeared on Sambad.from ଜିଲ୍ଲା | Sambad https://ift.tt/3fz39p5
0 Comments