
ଯାଜପୁର: ଆଜି ସକାଳେ ଯାଜପୁର ସଦର ଥାନା ଅଞ୍ଚଳର ଜାହାନପୁର ପଞ୍ଚାୟତ ଅନ୍ତର୍ଗତ କପିଳେଶ୍ୱର ଗ୍ରାମର ଶୁଖି ଆସୁଥିବା ଏକ ପୋଖରୀରୁ ଜଣେ ମହିଳାଙ୍କ କଙ୍କଳା ଦିଶୁଥିବା ଗଳିତ ଶବ ଉଦ୍ଧାର ହୋଇଛି।
ସ୍ଥାନୀୟ ବାସିନ୍ଦା ରାସ୍ତାକଡ଼ରେ ଥିବା ଉକ୍ତ ପୋଖରୀରେ କଙ୍କାଳଟି ପଡ଼ିଥିବା ଦେଖିବା ପରେ ଘଟଣାଟି ଲୋକଲୋଚନକୁ ଆସିଛି। ମହିଳାଙ୍କ କଙ୍କାଳରେ ଓଢ଼ଣିଟିଏ ବନ୍ଧା ହୋଇଛି। ତାଙ୍କର ବୟସ ପ୍ରାୟ ୩୦ କିଂବା ୩୫ ମଧ୍ୟରେ ହେବ ବୋଲି ମନେହେଉଛି।
ପ୍ରାୟ ମାସକ ତଳେ କେହି ଉକ୍ତ ମହିଳାଙ୍କୁ ହତ୍ୟା କରିବା ପରେ ତାଙ୍କର ଶବଟିକୁ ଜଳପୂର୍ଣ୍ଣ ପୋଖରୀରେ ଫିଙ୍ଗି ଦେଇଥାଇ ପାରନ୍ତି ବୋଲି ଲୋକେ ଅନୁମାନ କରୁଛନ୍ତି।
ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି।
The post ଶୁଖି ଆସୁଥିବା ପୋଖରୀରୁ ମହିଳାଙ୍କ କଙ୍କାଳ ଉଦ୍ଧାର, ହତ୍ୟା ସନ୍ଦେହ first appeared on Sambad.from ଜିଲ୍ଲା | Sambad https://ift.tt/3d3Azup
0 Comments