
ଜଗତସିଂହପୁର ଟାଉନ : ଜଗତସିଂହପୁରଥାନା ପୋଲିସ ଆଜି ସ୍ଥାନୀୟ ଢ଼ିହସାହି ବଜାର ନିକଟ ଇଟପଡା ଠାରେ ଥିବା ଅମୃତ ହୋଟେଲ ରେ ଚୋରା ମଦ ବେପାର କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିବା ସହ ବିପୁଳ ପରିମାଣର ଚୋରା ମଦ ଜବତ କରିଥିବା ସୂଚନା ମିଳିଛି। ସୂଚନା ଅନୁସାରେ ବହୁଦିନ ହେଲା ଉକ୍ତ ଅମୃତ ହୋଟେଲରେ ବ୍ୟାପକ ଚୋରାମଦ କାରବାର ହେଉଥିବା ଜଗତସିଂହପୁର ପୋଲିସକୁ ଖବର ମିଳିଥିଲା। ଜଗତସିଂହପୁର ଥାନାପୋଲିସ ଆଜି ଅମୃତ ହୋଟେଲକୁ ଯାଇ ହୋଟେଲ ମାଲିକ ବାଲିକୁଦା ଥାନା ଅନ୍ତର୍ଗତ ରାହାଣ ଗ୍ରାମର ଦୈତାରୀ ମହାରଣାଙ୍କ ପୁଅ ଜୀବନ ମହାରଣାକୁ ଗିରଫ କରିବା ସହିତ ତା ନିକଟରୁ ୫୪ ଲିଟର ଚୋରା ମଦ ଜବତ କରିଥିବା ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।
The post ବିପୁଳ ପରିମାଣର ଚୋରା ମଦ ସହ ରାହାଣ ପଂଚାୟତ ସରପଂଚ ଗିରଫ first appeared on Sambad.from ଜିଲ୍ଲା | Sambad https://ift.tt/3vs3bUc
0 Comments