ବ୍ରହ୍ମପୁର: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ଜୋର ଦେଉଛନ୍ତି । ହେଲେ ରାଜ୍ୟରେ କରୋନା ଟିକାର ଘୋର ଅଭାବ ଦେଖା ଦେଲାଣି । ଏପରିକି ଟିକାଦାନ କେନ୍ଦ୍ରରେ ନୋଟିସ ଲଗାଇ ଟିକା ନଥିବା ସୂଚନା ଦିଆଯାଇଛି । ବ୍ରହ୍ମପୁର ସହରରେ ଆସନ୍ତାକାଲିଠାରୁୁ ଟିକାକରଣ ବନ୍ଦ। ଆଜି ଜିଲ୍ଲାର ୩୦ଟି କେନ୍ଦ୍ରରେ ଟିକାଦାନ ଚାଲିଥିବା ବେଳେ ଆସନ୍ତାକାଲି ସମସ୍ତ କେନ୍ଦ୍ର ବନ୍ଦ ରହିବ ବୋଲି ସୂଚନା ରହିଛି।

ଜିଲ୍ଲାରେ ସମୁଦାୟ ୨୦୮ଟି ଟିକାଦାନ କେନ୍ଦ୍ର ଥିବା ବେଳେ ଗତକାଲି ସୁଦ୍ଧା ୧୦୧ କେନ୍ଦ୍ରରେ ଟିିକାଦାନ ଚାଲିଥିଲା। ପୂର୍ବରୁ ମହଜୁଦ୍‌ ଥିବା ୨୩ ହଜାର ୩୦୦ ଟିକାରୁ କାଲି ସୁଦ୍ଧା ୧୯ ହଜାର ସରି ଯାଇଥିଲା। ବାକି ଟିକା ଆଜି ଦିଆଯାଉଛି। ପୁଣି ଥରେ ଟିକା ଆସିବା ପରେ ଯାଇ ଜିଲ୍ଲାରେ ଟିକାକରଣ ଆରମ୍ଭ ହେବ। ସୋମବାର, ମଙ୍ଗଳବାର ଓ ବୁଧବାର ଟିକାଦାନ ବନ୍ଦ ରହିଥିବା ସୂଚନା ରହିଛି।

The post କରୋନା ଟିକାର ଘୋର ଅଭାବ: ନୂଆ ଟିକା ନଆସିବା ପର୍ଯ୍ୟନ୍ତ ୩ ଦିନ ପାଇଁ ବନ୍ଦ ହେଲା ଟିକାକରଣ first appeared on Sambad.

from ଜିଲ୍ଲା | Sambad https://ift.tt/31MUdnF