ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କରୋନା ସଂକ୍ରମଣ ଅଣାୟତ୍ତ। ଗୁରୁବାର ଦୈନିକ ସଂକ୍ରମିତ ସଂଖ୍ୟା ୬୩୧ ଥିବାବେଳେ ଆଜି ୫୨୩ ଚିହ୍ନଟ ହୋଇ ସୁନ୍ଦରଗଡ଼ ରାଜ୍ୟର ଦ୍ଵିତୀୟ ସଂକ୍ରମିତ ଜିଲ୍ଲାର ସ୍ଥାନ ନେଇଛି। ଏସ୍ଥିତିରେ ଜିଲ୍ଲାର ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ସରପଞ୍ଚମାନେ ତାଲାଵନ୍ଦ ଘୋଷଣା କରିଛନ୍ତି।
ଅନ୍ୟପଟେ ଜିଲ୍ଲା ପ୍ରଶାସନ ମଧ୍ୟ ବଭିନ୍ନ ପଡା, ବସ୍ତିକୁ କ୍ଷୁଦ୍ର ଅଵରୋଧ ଅଞ୍ଚଳ (ମାଇକ୍ରୋ କଣ୍ଟେନମେଣ୍ଟ) ଘୋଷଣା କରିଚାଲିଛନ୍ତି। ଆଜି ବାଲିଶଙ୍କରା ବ୍ଲକର ବାଲିଶଙ୍କରା ପଞ୍ଚାୟତକୁ ସରପଞ୍ଚ ୭ ଦିନିଆ ସମ୍ପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଆସନ୍ତା ୨୨ ଯାଏଁ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ଦୋକାନଵଜାର, ସାଧାରଣ ଯାତାୟତ ବନ୍ଦ ରହିବ ବୋଲି ନୋଟିସ ଜାରି କରିଛନ୍ତି ସରପଞ୍ଚ।

ସେହିପରି ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଭିମନ୍ୟୁ ଵେହେରା ସେହି ବ୍ଲକର ତେଲିଯୋର, ସଵଡେଗା ବ୍ଲକର କରମଡିହି ଓ ଯାଇସର, କୁତ୍ରା ଵ୍ଲକର ବିରଙ୍ଗାଟୋଲି, ବଡଗାଁ ବ୍ଲକସ୍ଥିତ ଆଇଟିଆଇ ପରିସର ଓ ତୁଡାଲଗା ଗାଁକୁ କ୍ଷୁଦ୍ର ଅଵରୋଧ ଅଞ୍ଚଳ ଘୋଷଣା କରିଛନ୍ତି। ତା ପୂର୍ବରୁ ହେମଗିର ବ୍ଲକ ଟପରିଆ ପଞ୍ଚୟତର ସିଧାରପଡାକୁ ଅଵରୋଧ ଅଞ୍ଚଳ ଘୋଷଣା କରି ସଂକ୍ରମଣ ରୋକିବାକୁ ପ୍ରଶାସନ ଉଦ୍ୟମ କରିଛି ।
The post କରୋନା ମୁକାଵିଲା: ଵାଲିଶଙ୍କରା ପଞ୍ଚାୟତ ୭ ଦିନିଆ ତାଲାଵନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/3dnJ9nS
0 Comments