
ପୁରୀ: ପୁରୀର ଅଠରନଳାରେ ଏକ ଅଘଟଣ ଘଟିଯାଇଛି। ଟ୍ରାକ୍ଟର ଚକରେ ପ୍ରେସର ଦେଉଥିବା ବେଳେ ଚକ ଫାଟି ଟ୍ରାକ୍ଟର ଚାଳକଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ସଦର ଥାନା ଚାରିନଳା ନିକଟସ୍ଥ କୃପାସାଗର ପାଟଣା ଗାଁର ଅକ୍ଷୟ ଜେନା।
ସୂଚନା ଅନୁଯାୟୀ ଆଜି ସକାଳେ ଅକ୍ଷୟ ଟ୍ରାକ୍ଟର ଧରି ଚକରେ ପ୍ରେସର ଦେବା ପାଇଁ ଅଠରନଳାର ଏକ ଗ୍ୟାରେଜକୁ ଆସିଥିଲେ। ତେବେ ଚକରେ ପ୍ରେସର ଦେଉଥିବା ବେଳେ ଚକଟି ହଠାତ ଫାଟି ଯାଇଥିଲା। ଫଳରେ ପ୍ରାୟ ୧୫ ଫୁଟ ଉଚକୁ ଛିଟିକି ପଡ଼ିଥିଲେ ଅକ୍ଷୟ। ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରି ବ୍ୟବଛେଦ ପାଇଁ ପୁରୀ ସଦର ଚିକିତ୍ସାଳୟକୁ ପଠେଇଛି।
The post ପୁରୀର ଅଠରନଳାରେ ଅଘଟଣ; ପ୍ରେସର ଦେଉଥିବା ବେଳେ ଫାଟିଲା ଟ୍ରାକ୍ଟର ଚକ, ଜଣେ ମୃତ first appeared on Sambad.from ଜିଲ୍ଲା | Sambad https://ift.tt/2Ppc0ij
0 Comments