ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ନକ୍ସଲ ହିଂସା ଥମିବାର ନା ନେଉ ନାହିଁ। ଛତିଶଗଡର କୌଣସି ନା କୌଣସି ଜିଲ୍ଲାରେ ନକ୍ସଲ ହିଂସା ଘଟାଇବାରେ ସଫଳ ହେଉଛନ୍ତି। ଗତକାଲି ରାତିରେ ନାରାୟଣପୁର ଜିଲ୍ଲାର ଆବୁଝମାଡ ଅରଛା ବ୍ଲକର ପୋଚାବାଡ ପଞ୍ଚାୟତର ପିଇଓ ହରକ ଚୌଧୁରୀଙ୍କୁ ନକ୍ସଲ ଅତି ନିର୍ମମ ଭାବେ ହତ୍ୟା କରିଥିବା ଜଣାପଡିଛି। ପଞ୍ଚାୟତ କାର୍ଯ୍ୟାଳୟରେ କାମ ସରିବା ବେଳକୁ ରାତି ହୋଇଯାଇଥିଲା। ପିଇଓ ଶ୍ରୀ ଚୌଧୁରୀ କାମ ସାରି ଘରକୁ ଫେରୁଥିବା ବେଳେ ରୋହତାଡ ଗ୍ରାମ ନିକଟରେ ନକ୍ସଲ ତାଂକୁ ଅପହରଣ କରିନେଇଥିଲେ। ପିଇଓଙ୍କୁ ଜଂଗଲରେ ନେଇ ନିର୍ଦ୍ଧୁମ ପିଟିଥିଲେ। ପୁଲିସ ଇନଫର୍ମର ସଂଦେହ କରି ତାଂକୁ ବେକ କାଟି ଦେଇଥିଲେ। ଶବକୁ ଜଂଗଲରେ ହିଁ ଫିଙ୍ଗି ଦେଇ ଗ୍ରାମବାସୀଙ୍କୁ ଏନେଇ ସୂଚନା ପ୍ରଦାନ କରିଥିଲେ। ଗ୍ରାମବାସୀ ପରେ ପୁଲିସକୁ ଖବର ଦେଇଥିଲେ। ପିଇଓ ଶ୍ରୀ ଚୌଧୁରୀଙ୍କ ଶବ ନିକଟରେ ପୋଷ୍ଟର ଫିଙ୍ଗିଥିବାର ଦେଖିବାକୁ ମିଳିଛି। ଅରଛା ଥାନା ଅଂଚଳର ଏହି ଘଟଣା ବୋଲି ଜଣାପଡିଛି। ପୁଲିସ ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି।

The post ପଞ୍ଚାୟତର ପିଇଓଙ୍କୁ ହତ୍ୟା କଲେ ନକ୍ସଲ first appeared on Sambad.

from ଜିଲ୍ଲା | Sambad https://ift.tt/3dxDXxT