
ରାଉରକେଲା : ରାଉରକେଲା ଇସ୍ପାତ କାରଖାନା ଏସଏମ ଏସ-୨ ରେ ଗତକାଲି ରାତି ୩ଟା ସମୟରେ ଅଗ୍ନିକାଣ୍ଡ ଘଟି ବହୁ ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ଏସଏମଏସ – ୨ର ସ୍ଲାଗ ପଟରୁ ଉତ୍ତପ୍ତ ତରଳ ଲୁହା ଚାରିଆଡ଼େ ବିଛାଡ଼ି ହୋଇ ପଡ଼ିବାରୁ ଉକ୍ତ ବିଭାଗର କଣ୍ଟ୍ରୋଲ ରୁମ ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇ ଯାଇଛି l ଆରଏସପିର ଦୁଇଟି ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିଛନ୍ତି l କୌଣସି କର୍ମଚାରୀ ହାତାହତ ହୋଇନାହାନ୍ତି l

ତେବେ ଅଗ୍ନିକାଣ୍ଡର ସଠିକ୍ କାରଣ ନିରୂପଣ ଲାଗି ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ନିର୍ବାହୀ ଅଧିକାରୀ ଦୀପକ ଚଟ୍ଟରାଜ ଏକ ଚାରି ଜଣିଆ ଟିମ୍ ଗଠନ କରିଛନ୍ତି। ଏହି ଟିମରେ ଚାରିଜଣ ସିଜିଏମଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ସୌଭାଗ୍ୟବଶତଃ କୌଣସି କର୍ମଚାରୀ ଏହି ଦୁର୍ଘଟଣାରେ ଆହତ ହୋଇନାହାନ୍ତି। ତେବେ ଅଗ୍ନିକାଣ୍ଡରେ ଏସଏମଏସ -୨ କଣ୍ଟ୍ରୋଲ୍ ରୁମର କେବୁଲ ସହ ବିଭିନ୍ନ ଯନ୍ତ୍ରପାତି ଜଳି ଯାଇଥିବାରୁ ସେଠାରେ ଉତ୍ପାଦନ ବନ୍ଦ ରହିଛି । ଶୀଘ୍ର ସ୍ଥିତି ସ୍ୱାଭାବିକ କରିବାକୁ ଉଦ୍ୟମ କରାଯାଉଛି ବୋଲି ଆରଏସିପ କର୍ତ୍ତୃପକ୍ଷ କହିଛନ୍ତି।
The post ଆରଏସପିରେ ଅଗ୍ନିକାଣ୍ଡ: ଜଳିଗଲା ଏସଏମଏସ -୨ କଣ୍ଟ୍ରୋଲ୍ ରୁମ୍ first appeared on Sambad.from ଜିଲ୍ଲା | Sambad https://ift.tt/3mkRw6f
0 Comments