ସୁନ୍ଦରଗଡ଼ : ସୁନ୍ଦରଗଡ଼ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲରେ ଓଡ଼ିଶାର ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ) ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତାବ ଓ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଥିଲେ। ଏହା ପରେ କେନ୍ଦ୍ରର ଏକ ବୈଷୟିକ ଟିମ୍‌ ଏହାର ଭିତ୍ତିଭୂମିର ଅନୁଧ୍ୟାନ ପାଇଁ ଆଜି ସୁନ୍ଦରଗଡ଼ରେ ପହଞ୍ଚିଛନ୍ତି। ଏନ୍‌ଟିପିସି ଦର୍ଲିପାଲିସ୍ଥିତ ଅତିଥି ଭବନରେ ଟିମ୍‌ ରାତ୍ରିଯାପନ କରିବା ପରେ ଶନିବାର ସକା‌ଳେ ସୁନ୍ଦରଗଡ଼ ଶଙ୍କରାସ୍ଥିତ ଏନଟିପିସି ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। ହସ୍ପିଟାଲର ଭିତ୍ତିଭୂମି ନିରୀକ୍ଷଣ କରି କେନ୍ଦ୍ରକୁ ପ୍ରାଥମିକ ରିପୋର୍ଟ ଦେବ ଟିମ୍‌। ଏ ଖବର ସୁନ୍ଦରଗଡ଼ବାସୀଙ୍କ ମନରେ ଉତ୍ସାହ ଭରିଛି। ଏହା ଏମ୍ସ ପ୍ରତିଷ୍ଠାର ପ୍ରାଥମିକ ପ୍ରକ୍ରିୟା ବୋଲି ବିଭିନ୍ନ ମହଲରେ ପ୍ରକାଶ ପାଇଛି।

The post ସୁନ୍ଦରଗଡ଼ ଦ୍ବିତୀୟ ଏମ୍ସ ପ୍ରସଙ୍ଗ : ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3rLxl2K