ବଡ଼ବିଲ: ଆଜି ଭୋର ପ୍ରାୟ ୫ ଘଟିକା ସମୟରେ, ବଡ଼ବିଲ ବଜାର, ମଧୁସୂଦନ ଛକ ଠାରେ ଥିବା ଏକ ସାଇକେଲ ଦୋକାନ, ଏକ ଟାୟାର ଦୋକାନ ଓ ଏକ ଫୁଲ ଦୋକାନରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନଥିଲେ ହେଁ ସଟସର୍କିଟ  ଯୋଗୁ ଏହି ନିଆଁ ଲାଗିଥିବା ଆଶଙ୍କା କରାଯାଉଛି। ତେବେ ଅଗ୍ନିକାଣ୍ଡରେ ଟାୟାର ଦୋକାନରେ ଥିବା ସମସ୍ତ ଟାୟାର ଓ ଦୁଇଟି ମେସିନ, ସାଇକେଲ ଦୋକାନରେ ଥିବା ୨୦ ରୁ ଅଧିକ ପୁରୁଣା ଓ ନୂଆ ସାଇକେଲ ସହ ବିଭିନ୍ନ ଯନ୍ତ୍ରାଂଶ ଓ ଏକ ଫୁଲ ଦୋକାନର ଦୁଇଟି ଫ୍ରିଜ଼, ଫୁଲ ପୋଡ଼ି ପାଉଁଶ ହୋଇଯାଇଥିଲା।

ଖବର ପାଇ ବଡ଼ବିଲ ଅଗ୍ନିଶମ ବିଭାଗ ପହଞ୍ଚିଲା ବେଳକୁ ୩ଟି ଯାକ ଦୋକାନ ପୋଡ଼ିଯାଇଥିଲା। ଅଗ୍ନିଶମ ବିଭାଗ ସଠିକ ସମୟରେ ପହଞ୍ଚି ଯିବାରୁ ଅନ୍ୟ ଦୋକାନରେ ନିଆଁ ଲାଗିବାରୁ ରକ୍ଷା ପାଇଥିଲା।

The post ବଡ଼ବିଲ ବଜାରରେ ଅଗ୍ନିକାଣ୍ଡ: ସାଇକେଲ ଦୋକାନ ସହ ୩ ଦୋକାନ ପୋଡ଼ି ପାଉଁଶ first appeared on Sambad.

from ଜିଲ୍ଲା | Sambad https://ift.tt/2QcxOh9