
କଟକ : ଏସ୍ସିବିରେ ମିଳିଲାନି ଆଇସିୟୁ। ଶେଷରେ ଚାଲିଗଲା ଜୀବନ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଏସ୍ସିବି କୋଭିଡ୍ ହସ୍ପିଟାଲରେ, ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।
ଢେଙ୍କାନାଳ ବନ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଢେଙ୍କାନାଳରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସ୍ସିବି କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଅକ୍ସିଜେନ୍ ସ୍ତର କମି ଯାଉଥିବାରୁ ଅବସ୍ଥା ଗୁରୁତର ହେବା ସହ ତାଙ୍କୁ ଆଇସିୟୁର ଆବଶ୍ୟକତା ଥିଲା। କିନ୍ତୁ ଏସ୍ସିବିରେ ଖାଲି ନ ଥିଲା ଆଇସିୟୁ। ବିଭିନ୍ନ ମହଲରୁ ଉଦ୍ୟମ ପରେ ତାଙ୍କୁ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଖାଲିଥିବା ଆଇସିୟୁକୁ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ତାଙ୍କୁ ସେଠାକୁ ସ୍ଥାନାନ୍ତର କରିବା ପୂର୍ବରୁ ଏହି ୨୬ ବର୍ଷୀୟ କର୍ମଚାରୀଙ୍କ ଜୀବନ ଚାଲିଗଲା। ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନ୍ୟପଟେ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂକ୍ରମିତଙ୍କ ସଂପର୍କରେ ସୂଚନା ପାଇଁ ୦୬୭୧-୨୪୧୧୪୭୭ ନମ୍ବର ଜାରି କରାଯାଇଛି, ଯାହାକି ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
The post ଏସ୍ସିବିରେ ଆଇସିୟୁ ସଙ୍କଟ; ବନ କର୍ମଚାରୀଙ୍କୁ ମିଳିଲାନି ଆଇସିୟୁ, ଚାଲିଗଲା ଜୀବନ first appeared on Sambad.from ଜିଲ୍ଲା | Sambad https://ift.tt/3eBTzj2
0 Comments