
ସୁନ୍ଦରଗଡ଼: ସୁନ୍ଦରଗଡ଼ରେ କରୋନା ହୁହୁ ହୋଇ ବଢିଚାଲିଛି। ରାଜ୍ୟର ରେଡ୍ ଜୋନ୍ ଘୋଷିତ ଏହି ଜିଲ୍ଲାରେ ଆଜି ସଂକ୍ରମଣ ସଂଖ୍ୟା ୨୬୮ ରହିଛି। ଏହିକ୍ରମରେ ସୀମାନ୍ତ ଵାଲିଶଙ୍କରା ବ୍ଲକ୍ ଅନ୍ତର୍ଗତ କିଞ୍ଜିରକେଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେଵା ପରେ ବ୍ୟାଙ୍କକୁ ସିଲ୍ କରିଦିଆଯାଇଛି। କିଞ୍ଜିରକେଲାରେ ୫ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ବାଲିଶଙ୍କରା ବ୍ଲକ୍ ଛତିଶଗଡ଼ ସୀମାକୁ ଲାଗି ରହିଥିବାରୁ ଏଠାରେ ସଂକ୍ରମଣ ସଂଖ୍ୟା ଉଦଵେଗଜନକ ଭାବେ ବଢ଼ିଚାଲିଛି। ସ୍ଥିତିକୁ ନିଯନ୍ତ୍ରଣ କରିବାକୁ ପୁଲିସ ସୀମାରେ ଯାଞ୍ଚ ଚଳାଇଛି। ଛତିଶଗଡ଼କୁ ଵସ୍ ଓ ଅନ୍ୟ ପରିବହନ ସେବା ବନ୍ଦ କରିଦିଆଯାଇଛି।
The post କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେଵା ପରେ କିଞ୍ଜିରକେଲା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ସିଲ୍ first appeared on Sambad.from ଜିଲ୍ଲା | Sambad https://ift.tt/3a5UI0V
0 Comments