
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ୟବସାୟୀ ଓ ବୁଲା ବିକାଳୀ ସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ଆଗାମୀ ୧୦ ଦିନ ପାଇଁ ଦୋକାନ ବଜାର ଖୋଲିବା ସମୟକୁ କମାଇବା ପାଇଁ ନିଷ୍ପତ୍ତି ନେଇଛି ସଂଘ । ଆଗାମୀ ୧୦ ଦିନ ଯାଏ ଜିଲ୍ଲାର ସହରାଞ୍ଚଳରେ ଅପରାହ୍ନ ୨ଟାରୁ ସକାଳ ୫ଟା ଯାଏ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
We welcome the steps taken by merchants association, vendors association in urban areas to keep closing of shops from 2pm to 5am for next 10 days. We request all people to support this initiative. Together we can win this battle against COVID @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) April 28, 2021
ଟ୍ୱିଟ କରି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । କୁହାଯାଉଛି ଗତ କିଛିଦିନ ଭିତରେ ଗଞ୍ଜାମ ଜିଲ୍ଲାକୁ ରାଜ୍ୟ ବାହାରୁ ଶହଶହ ପ୍ରବାସୀ ଫେରିଛନ୍ତି । ଏପଟେ ରାଜ୍ୟରେ ଓ ଜିଲ୍ଲାରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବାରୁ ଆଗୁଆ ସତର୍କ ହୋଇଛନ୍ତି ଜିଲ୍ଲାର ସଚେତନ ବ୍ୟବସାୟୀ ସଂଘ । କାରଣ ଗତବର୍ଷ ଗଞ୍ଜାମ ଜିଲ୍ଲାରେ କରୋନାର ସଂକ୍ରମଣ ବ୍ୟାପକ ହୋଇଥିଲା । ସେହି ଅନୁଭୂତି ମନରୁ ନଯାଉଣୁ ଜିଲ୍ଲାରେ ପୁଣି ସଂକ୍ରମଣର ଭୟ ଘାରିଛି । ଆଉ ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇବା ପାଇଁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
from ଜିଲ୍ଲା | Sambad https://ift.tt/3xtT4Ae
0 Comments