
ନାଲକୋନଗର: ଅନୁଗୁଳ ଥାନା ବଆଁରପାଳ ବ୍ଲକ ଅନ୍ତର୍ଗତ କୁକୁଡ଼ାଙ୍ଗ ବ୍ରିଜ ଠାରୁ ୧୦୦ମିଟର ଦୂରରେ ଏକ ଚଳନ୍ତା ସ୍କୁଟି ଉପରକୁ ଚଢ଼ିଗଲା ଜେସିବି ମେସିନ। ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ୬.୩୦ମିନିଟ ସମୟରେ କୁକୁଡ଼ାଙ୍ଗରୁ ତାଳଚେର ଅଭିମୁଖେ ଯାଉଥିବା ଆକ୍ଟିଭା ସ୍କୁଟି (ଓଡି୧୯ସି୨୮୯୮) ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ଜେସିବି ମେସିନ (ଓଡି୧୯ଆର୦୪୭୧) ସ୍କୁଟିରେ ଯାଉଥିବା ମା ଝିଅ ଙ୍କୁ ଧକ୍କା ଦେଇ ରାସ୍ତାକଡ଼ରେ ଏକ ୧୦ଫୁଟ ଖାଲ ବିଲ ମଧ୍ୟରେ ଓଲିଟି ପଡ଼ିଥିଲା।
ଘଟଣାସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଉଦ୍ଧାର କରି ୧୦୮ଆମ୍ବୁଲାନ୍ସରେ ଅନଗୁଳ ଡାକ୍ତରଖାନାକୁ ପଠାଇ ଦେଇଥିଲେ। ଘଟଣାସ୍ଥଳରେ ମାଙ୍କର ମୁଣ୍ଡରେ ଗଭୀର ଆଘାତ ହୋଇଥିବା ବେଳେ ଝିଅଙ୍କର ହାତ ଗୋଡ଼ ଭାଙ୍ଗି ଯାଇଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଉକ୍ତ ଜେସିବି ମେସିନର ଡ୍ରାଇଭରଙ୍କୁ ଅକାରଣରେ ଦ୍ରୁତ ଗତିରେ ଯାତାୟାତ କରୁଥିବା ସାଙ୍ଗକୁ ବେପରୁଆ ଗାଡ଼ି ଚାଳନା ପାଇଁ ବହୁବାର ତାଗିଦ ମଧ୍ୟ କରାଯାଇଛି।
The post ସ୍କୁଟି ଉପରେ ଚଢ଼ିଗଲା ଜେସିବି ମେସିନ first appeared on Sambad.from ଜିଲ୍ଲା | Sambad https://ift.tt/3s8JXAV
0 Comments