କଟକ: ଗତକାଲି ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଶିଖରପୁର ଅଞ୍ଚଳରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଏଠାରେ ଭାଉଜର ଗଳା କାଟିଛି ଦିଅର। ଅଭିଯୁକ୍ତକୁ ଅବଶ୍ୟ ଥାନାରେ ଅଟକ ରଖାଯାଇଛି।

ଖବର ପାଇ ଚାଉଳିଆଗଞ୍ଜ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିଲେ ବି ପାରିବାରିକ ଜମିଜମା ବିବାଦ ହିଁ ମୁଖ୍ୟ କାରଣ ବୋଲି କୁହାଯାଉଛି। ମିଳିଥିବା ସୂଚନା ଅନୁଯାୟୀ, ଆଉ କିଛି ସମୟ ପରେ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତ ଶରୀରକୁ ବ୍ୟବଛେଦ ପାଇଁ ପଠାଯିବ।

 

The post ବିଳମ୍ବିତ ରାତିରେ ଅଭାବନୀୟ ଘଟଣା: ଭାଉଜକୁ ଗଳାକାଟି ମାରିଲା ଦିଅର, ଅଭିଯୁକ୍ତ ଥାନାରେ ଅଟକ first appeared on Sambad.

from ଜିଲ୍ଲା | Sambad https://ift.tt/3udrgO2