ବାଲିଅନ୍ତା,ବାଲିଅନ୍ତା ବ୍ଲକ ଅଧୀନ ଝିଣ୍ଟିଶାସନ ସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ଅନ୍ତେବାସୀ  ଅଜିତ ସେନାପତିଙ୍କ ନିଖୋଜ ହେବାର ଏହା ମଧ୍ୟରେ ଦୀର୍ଘ ୧୦ ବର୍ଷ ବିତିଗଲାଣି । ହେଲେ  ଏଯାଏ ତାଙ୍କୁ ଉଦ୍ଧାର କରାଯାଇ ପାରିନାହିଁ । ଅଜିତ ନିଖୋଜ ହେବା ମାମଲାର ତଦନ୍ତଭାର ରାଜ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା । ୨୦୧୫ ମସିହାରେ ଆଶ୍ରମ ଭଙ୍ଗାରୁଜା ପରେ ସୁରବାବା ଓରଫ ସୁରେନ୍ଦ୍ର ନାଥ ମିଶ୍ର ଗିରଫ ହୋଇ ଜେଲ ଗଲେ । ଅଜିତଙ୍କ  ବଡ଼ଭାଇ ଜିତେନ୍ଦ୍ର ସେନାପତି ଏନେଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ ।

ପୂର୍ବରୁ ବାଲିପାଟଣା ଥାନାରେ ଜିତେନ୍ଦ୍ରଙ୍କ ଅଭିଯୋଗ ଆଧାରରେ ୧୯୬/୧୫ ରେ ନିଖୋଜ ମାମଲା ରୁଜୁ ହୋଇଥିଲା । ବଡ଼ କଥା ହେଉଛି ୨୦୧୧ ମସିହାରେ ଅଜିତ ନିଖୋଜ ହୋଇଯାଇଥିଲେ । ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ସେତେବେଳେ ବାଲିପାଟଣା ଥାନା ପୁଲିସ ମାମଲା ରୁଜୁ ନକରି ଘଟଣାକୁ ଚପାଇ ଦେଇଥିବା କୁହାଯାଉଛି । ପୁଲିସ ତଦନ୍ତରେ ବିଳମ୍ବ ହେବାରୁ ପରିବାର ଉଚ୍ଚ ନ୍ୟାୟାଳୟର ମଧ୍ୟ ଦ୍ବାରସ୍ଥ ହେବାକୁ ପଡ଼ିଥିଲା । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶ କ୍ରମେ ଆଜି ପୂର୍ବାହ୍ନରେ କ୍ରାଇମବ୍ରାଞ୍ଚ ଟିମ ତ୍ରାହି ଅଚ୍ୟୁତ ଆଶ୍ରମରେ ପହଞ୍ଚି ପୁଣି ଖୋଳତାଡ଼ କରିଥିଲେ । କ୍ରାଇମବ୍ରାଞ୍ଚର ଡିଏସପି ଦେବଦତ୍ତ ଚକ୍ରଙ୍କ ନେତୃତ୍ବରେ ଏକ ତିନିଜଣିଆ ଟିମ ତଦନ୍ତରେ ଆସିଥିଲେ । କ୍ରାଇମ ବ୍ରାଞ୍ଚର ଏହି ଟିମ ପ୍ରଥମେ ସୁରବାବାଙ୍କ ବାସଭବନରେ ପହଞ୍ଚିଥିଲେ ।

The post ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚ:୧୦ ବର୍ଷ ହେଲା ନିଖୋଜ ଅନ୍ତେବାସୀଙ୍କ ପତ୍ତା ମିଳୁନି first appeared on Sambad.

from ଜିଲ୍ଲା | Sambad https://ift.tt/3nvoXno