ଯାଜପୁର: ଯାଜପୁର ଟାଉନ ଥାନା ମୋଟରଙ୍ଗାପାଳ ଅଞ୍ଚଳରେ ଜଣେ ବ୍ୟକ୍ତିର ମୃତଦେହ ଦେଖିବାକୁ ମିଳୁଛି। ମୃତ ବ୍ୟକ୍ତି ଜଣଙ୍କ ସ୍ଥାନୀୟ ଅଞ୍ଚଳର କୁଳମଣି ପରିଡ଼ା। କୁଳମଣି ମାଛ ଧରି ପରିବାର ପ୍ରତିପୋଷଣ କରନ୍ତି।

ଗତକାଲି ଚୈତ୍ର ପୂର୍ଣ୍ଣିମା ଥିବା ହେତୁ ମଦ ପିଇବାକୁ କେଉଁଆଡ଼େ ଯାଇଥିବା ଘର ଲୋକେ ଭାବିଥିଲେ। ଆଉ  ଘର ଠାରୁ ୨୦୦ ମିଟର ଦୂରରେ ମଦ ରନ୍ଧା ଯାଉଥିବା ସ୍ଥାନର କିଛି ଦୂରରେ କେହି ଦୁବୃର୍ତ୍ତ କୁଳମଣିଙ୍କୁ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ବ୍ୟାବସାୟିକ ଶତ୍ରୁତାରୁ ହତ୍ୟା କରାଯାଇଥିବା କୁହାଯାଉଛି।

ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ  ହତ୍ୟା ପଛରେ ଵ୍ୟାବସାୟିକ ଶତ୍ରୁତା କି ଅନ୍ୟ କିଛି କାରଣ ରହିଛି, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

The post ମଦ ପିଇବାକୁ ଆସି ମୃତ୍ୟୁ, କାରଣ ଅସ୍ପଷ୍ଟ  first appeared on Sambad.

from ଜିଲ୍ଲା | Sambad https://ift.tt/3gPByQR