ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ପ୍ରଥମ ଆଦିବାସୀ ଆଇଏଏସ ଲିଭିନସ କିଣ୍ଡୋ(୬୪)ଙ୍କ ହୃଦଘାତରେ ରଵିଵାର ରାତି ସାଢେ ୧୦ଟାରେ ରାଜଗାଙ୍ଗପୁରସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି।
୧୯୪୫ ମାର୍ଚ୍ଚ ୧୩ ତାରିଖରେ ରାଜଗାଙ୍ଗପୁର ଵ୍ଲକ ମାଳିଡିହିରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ କିଣ୍ଡୋ ୧୯୭୦ରେ ଅର୍ଥନୀତିରେ ଏମଏ ପାଠ୍ୟକ୍ରମରେ ସମ୍ବଲପୁର ଵିଶ୍ବବିଦ୍ୟାଳୟରେ ସ୍ବର୍ଣ୍ଣପଦକ ହାସଲ କରିଥିଲେ। ଏହାପରେ ୧୯୮୯ରେ ୟୁକେ ଗ୍ଲାସଗୋ ଵିଶ୍ବବିଦ୍ୟାଳୟରେ ଅର୍ଥନୀତିର ବିକାଶ ବିଷୟରେ ପିଏଚଡି ଶିକ୍ଷା ଲାଭ କରିଥିଲେ। ଓଡିଶା କ୍ୟାଡର ଆଇଏଏସ ଥିବା ସ୍ବର୍ଗତ କିଣ୍ଡୋ ଜିଲ୍ଲାପାଳ, ରାଜସ୍ବ ଉନ୍ନୟନ ଆୟୁକ୍ତ, ଓଡ଼ିଶା ପବ୍ଲିକ ସର୍ଭିସ କମିସନ ଅଧ୍ୟକ୍ଷ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆଦି ଦାୟିତ୍ଵ ନିର୍ବାହ କରି ଅବସର ନେଇଥିଲେ। ତାଙ୍କ ମୃତ୍ୟୁରେ ସୁନ୍ଦରଗଡ଼ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

The post ସୁନ୍ଦରଗଡ଼ର ପ୍ରଥମ ଆଦିବାସୀ ଆଇଏଏସ ଲିଭିନସ କିଣ୍ଡୋଙ୍କ ଦେହାନ୍ତ first appeared on Sambad.

from ଜିଲ୍ଲା | Sambad https://ift.tt/3swC7kK