
ପୁରୀ : କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ଆଜିଠାରୁ ମେ ୧୫ ପର୍ଯ୍ୟନ୍ତ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ଘୋଷଣା କରିଛି। ଆଜିଠାରୁ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ୍, ଚର୍ଚ୍ଚକୁ ବନ୍ଦ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ଏଠାରେ କେବଳ ନୀତିକାନ୍ତି ସ୍ବାଭାବିକ ହେବ। କିନ୍ତୁ ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଗହଳଚହଳ ଉପରେ କଟକଣା ଲଗାଯାଇଛି।
ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ସଂକ୍ରମଣକୁ ଦୃଷ୍ଟିରେ ରଖି ଗତକାଲିଠାରୁ ମେ’ ୧୫ ପର୍ଯ୍ୟନ୍ତ ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାର ଲୋକଙ୍କ ଶବଦାହ ଉପରେ ରୋକ୍ ଲଗାଇଛି। ସେହିଭଳି ମହୋଦଧିରେ ଅସ୍ଥି ବିସର୍ଜନ ବନ୍ଦ କରାଯାଇଛି। ଜିଲ୍ଲା ଭିତର ଲୋକେ ଶବଦାହ ପୂର୍ବରୁ ଜିଲ୍ଲାବାସୀ ବୋଲି ପ୍ରମାଣପତ୍ର ସହ ମୃତକଙ୍କ ସମ୍ପର୍କରେ ଡାକ୍ତରୀ ରିପୋର୍ଟ ଆଣିବାକୁ କୁହାଯାଇଛି। ଘରେ ଯଦି କାହାରି ମୃତ୍ୟୁ ହୋଇଥାଏ, ତେବେ ଗାଁ କମିଟି, ଗାଁ ମୁରବି ଅବା ସରପଞ୍ଚଙ୍କଠାରୁ ଲିଖିତପତ୍ର ଆଣିବାକୁ କୁହାଯାଇଛି। ସେପଟେ ବ୍ଲୁ ଫ୍ଲାଗ ବିଚ୍, ନୀଳାଦ୍ରି ମହୋଦୟ ବିଚ୍ ସହ ଜିଲ୍ଲାର ସମସ୍ତ ପାର୍କକୁ ବି ବନ୍ଦ ଘୋଷଣା କରାଯାଇଛି।
The post ମେ ୧୫ ଯାଏ ପୁରୀରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ first appeared on Sambad.from ଜିଲ୍ଲା | Sambad https://ift.tt/2QpHu8F
0 Comments