
କୋରାପୁଟ : ଗାଈ ଚରାଇବା ହେଲା କାଳ। ଭାଲୁ ଆକ୍ରମଣରେ ଆଜି ଜଣେ ନାବାଳଙ୍କର ଜୀବନ ଯାଇଛି। ଭାଲୁ କାମୁଡାରେ ଲାଣ୍ଡିଗୁଡା ଗାଁ ଗୌଡ ସାହିର ମଙ୍ଗରାଜ ଗୌଡ(୧୪) ଙ୍କର ମୃତ୍ୟୁ ଘଟିଥିବାବେଳେ ତାଙ୍କର ଜଣେ ସାଙ୍ଗ ମଣ୍ଟୁ ଗୌଡ ସାମାନ୍ୟ ଆହତ ହୋଇଛନ୍ତି।
ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୨ଟାବେଳେ ଲାଣ୍ଡିଗୁଡା ପାହାଡକୁ ମଙ୍ଗରାଜ, ମଣ୍ଟୁଙ୍କ ସହ ଅନ୍ୟ ଦୁଇଜଣ ଗାଇ ଚରାଇବାକୁ ଯାଇଥିଲେ। ଏହିସମୟରେ ଏକ ଭାଲୁ ପ୍ରଥମେ ମଣ୍ଟୁକୁ ଧକ୍କା ଦେବା ପରେ ମଙ୍ଗରାଜଙ୍କୁ ଆକ୍ରମଣ କରିଥିଲା। ପରେ ନିକଟରେ ରହିଥିବା ସାଥିମାନେ ପାଟିତୁଣ୍ଡ କରିବାରୁ ଭାଲୁଟି ମଙ୍ଗରାଜଙ୍କୁ ଛାଡି ପଳାଇଥିଲା। ପରେ ତାଙ୍କୁ ସାଥିଙ୍କ ସହ ପରିବାରବର୍ଗ ତାଙ୍କୁ ଉଦ୍ଧାର କରି କୋରାପୁଟ ମେଡିକାଲ କଲେଜକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
The post ଗାଈ ଚରାଇବା ହେଲା କାଳ, ଭାଲୁ ଆକ୍ରମଣରେ ନାବାଳକଙ୍କ ଜୀବନ ଗଲା first appeared on Sambad.from ଜିଲ୍ଲା | Sambad https://ift.tt/3nsH9Ov
0 Comments