
ମାଲକାନଗିରି: ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଂଚଳରେ ନିଜର ଦବଦବା କାଏମ କରିଥିବା ଦୁର୍ଦ୍ଦାନ୍ତ ନକ୍ସଲ ଜି.ଜଳନ୍ଧର ରେଡ୍ଡୀ ଓରଫ କ୍ରିଷ୍ଣା ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଦୀର୍ଘ ବର୍ଷ ଧରି ଆନ୍ଧ୍ର ଓଡିଶା ବର୍ଡ଼ର ଡିଭିଜନରେ ସେ କାମ କରୁଥିଲା ।ତେବେ ମାଲକାନଗିରି ପୁଲିସ ଏବଂ ବିଏସଏଫ ତଥା ଆନ୍ଧ୍ର ପୁଲିସର ଘନ ଘନ ଚଢ଼ାଉରେ କ୍ରିଷ୍ଣା ଏକ ପ୍ରକାର ଭୟଭୀତ ହୋଇପଡିଥିଲା। ତେଣୁ ସେ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୋଇଛି |
ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନା ପୁଲିସ କ୍ରିଷ୍ଣାକୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ ଜାରି ରଖିଥିଲେ। ତିନି ରାଜ୍ୟରେ ସେ ବହୁ ନକ୍ସଲ ହିଂସାରେ ଜଡିତ ଥିବା ପୁଲିସ କହିଛି। କ୍ରିଷ୍ଣା ନାମରେ ତିନି ରାଜ୍ୟର ସରକାର ୩୦ ଲକ୍ଷ ଟଙ୍କା ଘୋଷଣା କରିଥିଲେ। ତେବେ ସେ ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନୀଲ କ୍ରିଷ୍ଣାଙ୍କ ଅପହରଣରେ ମୁଖ୍ୟ ଭୂମିକା ଗ୍ରହଣ ଜରିଥିଲା।
ପୁଲିସ ତରଫରୁ କ୍ରିଷ୍ଣାକୁ ୨୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହଯୋଗ କରାଯିବା ସହ ଆତ୍ମନିର୍ଭରଶୀଳ କରାଯିବ ବୋଲି କୁହାଯାଇଛି। ତେବେ ମାଲକାନଗିରି ପୁଲିସ କ୍ରିଷ୍ଣାକୁ ରିମାଣ୍ଡରେ ଆଣିପାରେ ବୋଲି କୁହାଯାଇଛି। ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ରହି ବହୁ ହିଂସା ଘଟାଇଛି।
The post ଆତ୍ମସମର୍ପଣ କଲା ସ୍ୱାଭିମାନ ଅଞ୍ଚଳର ଦୁର୍ଦ୍ଦାନ୍ତ ନକ୍ସଲ କ୍ରିଷ୍ଣା first appeared on Sambad.from ଜିଲ୍ଲା | Sambad https://ift.tt/2QjBWfM
0 Comments