
କଟକ : କରୋନା ସଂକ୍ରମଣ ସ୍ଥିତିରେ ଉନ୍ନତି ନ ହେବା ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ କରା ନ ଯାଉ ବୋଲି ଦର୍ଶାଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି।
ସମାଜସେବୀ ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ସେ ଦର୍ଶାଇଛନ୍ତି ଯେ ସାରାଦେଶରେ ନିର୍ବାଚନ ସମୟରେ ନେତା, ଜନତା, ନିର୍ବାଚନ ପରିଚଳାନା କରୁଥିବା ଅଧିକାରୀଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ହେଉଥିବା ଖବର ପ୍ରକାଶ ପାଉଛି। କରୋନା ସ୍ଥିତିରେ ସୁଧାର ନ ହେବା ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ ବନ୍ଦ ରଖାଯାଉ। ସ୍ଥିତି ସ୍ବାଭାବିକ ହେବାପରେ ପିପିଲି ଉପନିର୍ବାଚନ କରିବାକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
ମାମଲାରେ ଭାରତର ନିର୍ବାଚନ କମିସନ, ରାଜ୍ୟ ନିର୍ବାଚନ କମିସନ ଓ ମୁଖ୍ୟ ନିର୍ବାଚନ ଅଧକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।
The post ଉପନିର୍ବାଚନ ସ୍ଥଗିତ ରଖିବାକୁ ମାମଲା first appeared on Sambad.from ଜିଲ୍ଲା | Sambad https://ift.tt/3e4Lap8
0 Comments