
ପୁରୀ : କରୋନା ମହାମାରୀ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିଥିବାରୁ ଶନିବାର ସଅଳ ନୀତିକାନ୍ତି ଶେଷ ହୋଇଛି। ଯେଉଁଥିପାଇଁ ଶନିବାର ରାତି ୯ଟାରୁ ଶ୍ରୀମନ୍ଦିର ବନ୍ଦ କରି ଦିଆଯାଇଛି। ପ୍ରତିଦିନ ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ମହାପ୍ରଭୁଙ୍କ ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ ହୋଇ ରାତ୍ର ପହୁଡ଼ ହୋଇଥାଏ। କିନ୍ତୁ ଶନିବାର ଏହି ନୀତିକାନ୍ତି ସଅଳ ଶେଷ ହୋଇଛି।
ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଶନିବାର ରାତି ୭ଟା ୪୦ରେ ଶ୍ରୀଜିଉଙ୍କ ବଡ଼ସିଂହାର ବେଶ ନୀତି ସମ୍ପନ୍ନ ହୋଇଥିଲା। ରାତି ୮ଟା ୨୦ରେ ବଡ଼ସିଂହାର ଭୋଗ ନୀତି ସମ୍ପନ୍ନ ହୋଇଥିଲା। ରାତି ୮ଟା ୩୫ରେ ରାମନବମୀ ଉପଲକ୍ଷେ ଜଗନ୍ନାଥ ବଲ୍ଲଭକୁ ଯାଇଥିବା ଠାକୁରଙ୍କ ବାହୁଡ଼ା ବିଜେ ପରେ ରାତି ୮ଟା ୪୫ରେ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହୋଇଥିଲା। ପରେ ଶ୍ରୀମନ୍ଦିରକୁ ବନ୍ଦ କରି ଦିଆଯାଇଥିଲା।
The post ରାତି ୯ରୁ ଶ୍ରୀମନ୍ଦିର ବନ୍ଦ, ୮ଟା ୪୫ରୁ ମହାପ୍ରଭୁଙ୍କ ରାତ୍ର ପହୁଡ଼ first appeared on Sambad.from ଜିଲ୍ଲା | Sambad https://ift.tt/32Oh2bj
0 Comments