
କଟକ : ଅନ୍ୟ ରାଜ୍ୟକୁ ଆବଶ୍ୟକ ଅମ୍ଳଜାନ ଯୋଗାଇ ଓଡ଼ିଶା ଏବେ ବିପଦର ବନ୍ଧୁ ସାଜିଛି। ଗତ ଦୁଇ ଦିନ ଧରି ବିଭିନ୍ନ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଅମ୍ଳଜାନ ଯୋଗାଣ କାର୍ଯ୍ୟ ଜାରି ରହିଛି। ଆଜିସୁଦ୍ଧା ୨୯ଟି ଟ୍ୟାଙ୍କର ଯୋଗେ ୫୧୦ଟନରୁ ଅଧିକ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହରିୟାନା, ଦିଲ୍ଲୀ, ଉତ୍ତରପ୍ରଦେଶ, ସମେତ ଅନ୍ୟ ସ୍ଥାନକୁ ମଧ୍ୟ ଅମ୍ଳଜାନ ପଠାଯାଉଛି। ଢେଙ୍କାନାଳ, ଅନୁଗୁଳ ଓ ରାଉରକେଲାରୁ ଆଜି ଆହୁରି ୧୫ଟି ଅମ୍ଳଜାନ ଟ୍ୟାଙ୍କର ପଠାଯିବ। ଅମ୍ଳଜାନ ନେଇ ଯାଉଥିବା ଟ୍ୟାଙ୍କର ଗୁଡିକର ସହଜ ଯାତାୟତ ପାଇଁ ସ୍ବତନ୍ତ୍ର ଗ୍ରିନ କରିଡର ପ୍ରସ୍ତୁତ କରାଯାଇଛି।
ରାଜ୍ୟ ତଥା ରାଜ୍ୟ ଦେଇ ବାହାରକୁ ଅକ୍ସିଜେନ ନେଇ ଯାଉଥିବା ଟ୍ୟାଙ୍କରଗୁଡିକର ଯାତାୟାତର ଯେମିତି ସମସ୍ୟା ନ ହୁଏ ସେ ନେଇ ରାଜ୍ୟ ପୁଲିସ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ପକ୍ଷରୁ ଏକ ସ୍ବତନ୍ତ୍ର ସେଲ୍ ଗଠନ କରାଯାଇଛି। ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ( ଆଇନ-ଶୃଙ୍ଖଳା) ଯଶୋବନ୍ତ ଜେଠୱାଙ୍କ ତତ୍ତ୍ବାବଧାନରେ ଅମ୍ଳଜାନ ଯୋଗାଣ କାର୍ଯ୍ୟକୁ ତ୍ବରାନିତ୍ବ କରାଯାଉଛି। ଜିଲ୍ଲାର ସମସ୍ତ ଏସପି/ଡିସିପି/ରେଂଜ ଡିଆଇଜି/ଆଇଜି ଓ ପୁଲିସ କମିସନର ନିଜ ନିଜ ଅଞ୍ଚଳରେ ଏହି କାର୍ଯ୍ୟକୁ ତ୍ବରାନିତ୍ବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
The post ଓଡ଼ିଶାରୁ ୨୯ଟି ଟ୍ୟାଙ୍କର୍ରେ ୫୧୦ ଟନ୍ ଅମ୍ଳଜାନ ଯୋଗାଣ first appeared on Sambad.from ଜିଲ୍ଲା | Sambad https://ift.tt/3dMhRre
0 Comments