
ମାଲକାନଗିରି: ମାଲକାନଗିରିସ୍ଥିତ ନିୟନ୍ତ୍ରିତ ବଜାର କମିଟିର କାର୍ଯ୍ୟାଳୟ ପରିସରରେ ଚଳିତ ବର୍ଷର ଚିନାବାଦାମ ଓ ମୁଗ ମଣ୍ଡି ଉଦଘାଟିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ,କୃଷି ଉପନିର୍ଦେଶକ କୈଳାଶ ଚନ୍ଦ୍ର ସ୍ବାଇଁ,ଆରଏମସିର ସଂପାଦକ ଗୁରୁଚରଣ ନାୟକ,ମାଲକାନଗିରି ଲ୍ୟାମ୍ପ ଏମଡି ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।ମାଲକାନଗିରି ଲ୍ୟାମ୍ପ ସମେତ ଜିଲ୍ଲାର ୭ଟି ଲ୍ୟାମ୍ପରେ ଏହି ମଣ୍ଡି ଖୋଲାଯିବା ସହ ଉଚିତ ମୂଲ୍ୟରେ କୃଷି ନିଜର ଚିନାବାଦାମ ଓ ମୁଗ ବିକ୍ରି କରିପାରିବେ ବୋଲି କୁହାଯାଇଛି।ତେବେ ଚଳିତ ବର୍ଷ ସରକାରଙ୍କ ଧାର୍ଯ୍ୟ ମୂଲ୍ୟ ଚିନାବାଦାମ କ୍ବିଣ୍ଟାଲ ପିଛା ୫୨୭୫ ଟଂକା ରହିଥିବା ବେଳେ ମୁଗ କ୍ବିଣ୍ଟାଲ ପିଛା ୭୧୯୬ ଟଂକା ରହିଛି।ତେବେ ପ୍ରତି ମଙ୍ଗଳବାର ଦିନ ମାଲକାନଗିରି ଲ୍ୟାମ୍ପ ତରଫରୁ ଆରଏମସି ୟାର୍ଡ ଏବଂ ଶୁକ୍ରବାର ଦିନ ପଦ୍ମଗିରି ଆରଏମସି ୟାର୍ଡର ମଣ୍ଡି ବସିବ।ସେହିପରି କାଲିମେଳା ଲ୍ୟାମ୍ପ ତରଫରୁ ଭେଜଙ୍ଗଵାଡା,ଚିତ୍ରାଙ୍ଗପାଲୀ,ଏମଭି-୭୨,ଉଣ୍ଡ୍ରୁକୋଣ୍ଡା,ସାଲମାରିକୋଣ୍ଡା,ଏମପିଭି-୮୧ରେ ମଣ୍ଡି ବସିବ।ପଡିଆ ଲ୍ୟାମ୍ପସ ତରଫରୁ ପଡିଆ,ଏମଭି-୭୯,ପୁସୁଗୁଡା,କୋରକୋଣ୍ଡା ଲ୍ୟାମ୍ପସ ତରଫରୁ ପୋର୍ଟେଲ,କୋରକୋଣ୍ଡା,ନିଳାକାମେରୁ,ପିତାଗାଡା,ଚିତାପାରି, ଏବଂ ଡୁଡାମେଟାରେ ମଣ୍ଡି ବସିବ।ମାଥିଲି ଲ୍ୟାମ୍ପସ ତରଫରୁ ମାଥିଲି,ବଣ୍ଡା ଲ୍ୟାମ୍ପସ ତରଫରୁ ଖଇରପୁଟ ଖଇରପୁଟ,ରାସବେଡା ଏବଂ ଗୋବିନ୍ଦପାଲୀ, ଶିଖପାଲୀ ଲ୍ୟାମ୍ପସ ତରଫରୁ ଶିଖପାଲୀ ଓ ପୋଟେରୁ,କୁଡୁମୁଲୁଗୁମ୍ମା ଲ୍ୟାମ୍ପ ଅଧିନରେ କୁଡୁମୁଲୁଗୁମ୍ମା ଏବଂ ସୋମନାଥପୁର ଠାରେ ମଣ୍ଡି ବସିବ।ତେବେ କୃଷକଭାଇମାନଙ୍କୁ ଉପରିସ୍ତ ମଣ୍ଡିରେ ନିଜ ନିଜର ଚିନାବାଦାମ ଓ ମୁଗ ନେଇ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ନିଜ ଫସଲ ବିକ୍ରି କରିବାକୁ କୁହାଯାଇଛି।
The post ମାଲକାନଗିରିରେ ଚିନାବାଦାମ ଓ ମୁଗ ମଣ୍ଡି ଉଦଘାଟିତ first appeared on Sambad.from ଜିଲ୍ଲା | Sambad https://ift.tt/3w7K5TA
0 Comments