
ରାଉରକେଲା : ଲକଡାଉନ ଓ ସପ୍ତାହାନ୍ତ ସଟ୍ଡାଉନ୍ କଟକଣା ମାନୁନାହାନ୍ତି ଅମାନିଆ ବ୍ୟବସାୟୀ । ଗତକାଲି ଓ ଆଜି ଆରଏମସି ଏନଫୋର୍ସମେଣ୍ଟ ଟିମ ଓ ପୁଲିସ ମିଳିତ ଭାବେ ସହରର ପ୍ରମୁଖ ବଜାରରେ ଚଢ଼ଉ କରିଥିଲେ l ଦୁଇ ଦିନରେ ୧୨ଟି ଦୋକାନ ସିଲ କରିଛନ୍ତି l ମାସ୍କ ନ ପିନ୍ଧି ବୁଲୁଥିବା ଅମାନିଆଙ୍କଠୁ ୬୭ ହଜାର ୯୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି l
ଡିଏଭି ଲେନରେ ରାସନ ଦୋକାନ ଓ ସେଲୁନ, ନୂଆ ବସଷ୍ଟାଣ୍ଡରେ ଲୁହା ଓ ପ୍ଲାଷ୍ଟକ ଦୋକାନ, ବଣିଆଗେଟରେ ରାସନ ଦୋକାନ, ସେକ୍ଟର -୨୧ ନୟାବଜାରରେ ଜୋତା ଓ ଡେଲି ମାର୍କେଟରେ ହୋଟେଲକୁ ସିଲ କରିଛନ୍ତି l ସେମିତି ବନ୍ଧମୁଣ୍ଡାରେ ଚାରିଟି ଓ ପ୍ଲାଣ୍ଟସାଇଟରେ ଦୁଇଟି ଦୋକାନ ସିଲ କରିଛନ୍ତି l ଗତକିଛି ଦିନ ତଳେ ରାଉରକେଲା ମହାନଗର ନିଗମ (ଆରଏମ୍ସି) ଓ ପୁଲିସର ଏନ୍ଫୋର୍ସମେଣ୍ଟ ଟିମ୍ ଉଭୟ ଡେଲିମାର୍କେଟ ଓ ଟ୍ରାଫିକ୍ଗେଟ୍ ମାର୍କେଟରେ ଚଢ଼ଉ କରିଥିଲା। ବିକ୍ରି ହେଉଥିବା ପ୍ରାୟ ୨ କ୍ବିଣ୍ଟାଲ ମାଛ ଓ ୧୫ କେଜି ଓଜନର ମାଂସକୁ ଜବତ କରିଥିଲା। ଜବତ ମାଛ, ମାଂସକୁ ଟିମ୍ର ସଦସ୍ୟ ଡମ୍ପିଂ ଗାଡିରେ ଫିଙ୍ଗି ଦେଇଥିଲେ। କୋଭିଡ୍ କଟକଣା ନିୟମ ଉଲ୍ଲଂଘନ ଅଭିଯୋଗରେ ଡେଲିମାର୍କେଟର ୨ଟି, ଟ୍ରାଫିକ୍ ଗେଟ୍ ମାର୍କେଟର ୩ଟି ଦୋକାନକୁ ଆର୍ଏମ୍ସି ସିଲ୍ କରିଥିଲା।
The post କଟକଣା ମାନୁନାହାନ୍ତି ଅମାନିଆ ବ୍ୟବସାୟୀ : ୧୨ଦୋକାନ ସିଲ, ୬୭ ହଜାର ଜରିମାନା first appeared on Sambad.from ଜିଲ୍ଲା | Sambad https://ift.tt/3bNTGHL
0 Comments