
ଯାଜପୁର: ମା ବିରଜା ମନ୍ଦିର ପଣ୍ଡିତ ଓ ମା ବିରଜାଙ୍କ ଶ୍ରୀ ଅଙ୍ଗ ଲାଗି ସେବାୟତ ତାରାକାନ୍ତ ପାଣିଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ସେ ଆରମ୍ଭରୁ ମା ବିରଜାଙ୍କ ମନ୍ଦିରରେ ସେବାୟତ ଭାବେ କାର୍ଯ୍ୟ କରି ଆସୁଥିବା ବେଳେ ମାଆଙ୍କ ମନ୍ଦିର ଗୁମାସ୍ତା ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଥଣ୍ଡା ଓ କଫ ଯୋଗୁ ଅସୁସ୍ଥ ଥିବା ବେଳେ ଗତକାଲି ରାତିରେ ତାଙ୍କର ପରଲୋକ ହୋଇଛି । ତାଙ୍କ ମୃତ୍ୟୁ ଖବର ପାଇ ସେବାୟତଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ତେବେ ସେବାୟତ ପରିଷଦ ମୁଖ୍ୟ ଦେବୀ ପ୍ରସାଦ ପାଣିଙ୍କ ସମେତ ସମସ୍ତ ସେବାୟତ ତାଙ୍କ ବିୟୋଗ ଖବର ଶୁଣି ଅତ୍ୟନ୍ତ ମର୍ମାହତ ହେବା ସହ ତାଙ୍କ ପରିବାରକୁ ଏ ଦୁଃଖଦ ସମୟରେ ଅତ୍ୟନ୍ତ ଧର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ମା ଵିରଜାଙ୍କୁ ପ୍ରାର୍ଥନା କରିଛନ୍ତି।
The post ମା ବିରଜା ମନ୍ଦିର ପଣ୍ଡିତ ସେବାୟତଙ୍କ ପରଲୋକ first appeared on Sambad.from ଜିଲ୍ଲା | Sambad https://ift.tt/3uOZacN
0 Comments