
ପୁରୀ: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି ପୁରୀ ସ୍ୱର୍ଗଦ୍ୱାର। ନବୀକରଣ କାର୍ଯ୍ୟ ଶେଷ ହେବା ପରେ ଜିଲ୍ଲାପାଳ ସମର୍ଥ ବର୍ମା ଏହାକୁ ଆନୁଷ୍ଠାନିକ ଭାବରେ ଲୋକର୍ପଣ କରିଛନ୍ତି।
ନୂତନ ଶୈଳୀରେ ନିର୍ମାଣ କରାଯାଇଥିବା ସ୍ୱର୍ଗଦ୍ୱାର ଓ ତାର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ ବାବଦରେ ପ୍ରାୟ ୬କୋଟି ୩୦ଲକ୍ଷ ଖର୍ଚ୍ଚ ହୋଇଛି।
ପ୍ରିକାଷ୍ଟ କଙ୍କ୍ରିଟ ଦ୍ୱାରା ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପରେ ୨୮ଟି ଶବଦାହ ପିଣ୍ଡି ରହିଛି, ଯେଉଁଥିରେ ଏକକାଳୀନ ୨୮ଟି ଶବଦାହ କରାଯାଇପାରିବ। ତେଲେଙ୍ଗାନା ମହାପ୍ରସ୍ଥାନମ ଢାଞ୍ଚାରେ ଏହାର ନିର୍ମାଣ କରାଯାଇଛି। ଲୋକାର୍ପଣ ସମୟରେ ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବିଧି ମୁତାବକ ସେଠାରେ ହୋମ କରାଯାଇଥିଲା।
The post ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ପୁରୀ ସ୍ୱର୍ଗଦ୍ୱାର first appeared on Sambad.from ଜିଲ୍ଲା | Sambad https://ift.tt/33O95Dv
0 Comments