
କଟକ : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତିଙ୍କ ପାଖକୁ ଚିଠି ଆସିଛି। ମୂଲ୍ୟାୟନ କାର୍ଯ୍ୟ ପାଇଁ ଶିକ୍ଷକ, ବୋର୍ଡର ବିଭିନ୍ନ ଜୋନ୍ କାର୍ଯ୍ୟାଳୟ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି। ରବିବାର ସଂଧାରେ ଏହା ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ଅନ୍ୟ ଶିକ୍ଷକମାନଙ୍କ ପାଖରେ ପହଞ୍ଚିଛି। କିନ୍ତୁ ଲକ୍ଡାଉନ୍ରେ ପରିବା କିଣିବାକୁ ଘରୁ ବାହାରି ପାରୁ ନଥିବା ଶିକ୍ଷକମାନେ ଘରଠାରୁ ଦୂରରେ ଥିବା ସ୍କୁଲକୁ ତଥା ସେଠାରୁ ସେଣ୍ଟର୍ ସ୍କୁଲକୁ ଯିବେ କିପରି ବୋଲି ପ୍ରଶ୍ନ କରିଛନ୍ତି।
ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କୁ ପରିଚୟପତ୍ରଟିଏ ଦିଆଯାଇ ନାହିଁ। ଏଭଳି ସ୍ଥିତିରେ ସେମାନେ ଘରୁ ୧୦/୧୫କିମି ଦୂରରେ ଥିବା ବିଦ୍ୟାଳୟକୁ ମୂଲ୍ୟାୟନ କାର୍ଯ୍ୟ ପାଇଁ କିପରି ଯିବେ? ଗୋଟିଏ ପଟେ କରୋନାରେ ସଂକ୍ରମଣ ହେବାର ଭୟ ଓ ଅନ୍ୟ ପଟେ ଲକ୍ଡାଉନ୍ ପାଇଁ ପୁଲିସ୍ ଚେକିଂର ଭୟ, ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଦ୍ବନ୍ଦ୍ବରେ ପକାଇଛି। ଗଣଶିକ୍ଷା ବିଭାଗ ଓ ବୋର୍ଡ କର୍ତ୍ତୃପକ୍ଷ ତୁରନ୍ତ ଏହାର ବ୍ୟବସ୍ଥା କରିବାକୁ ଶିକ୍ଷକମାନେ ଦାବି କରିଛନ୍ତି।
The post ମାଟ୍ରିକ୍ ମୂଲ୍ୟାୟନ ପାଇଁ ଯିବେ କେମିତି? ଏଯାଏ ଶିକ୍ଷକମାନଙ୍କୁ ମିଳିଲାନି ପରିଚୟପତ୍ର first appeared on Sambad.from ଜିଲ୍ଲା | Sambad https://ift.tt/3vRbJnW
0 Comments