
କଟକ: ୫ଶହ ବେଡ୍ ବିଶିଷ୍ଟ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଏବେ ସଂକ୍ରମିତ ଭର୍ତ୍ତି। ଏଭଳି ସ୍ଥିତି ଯେ, ପାଦ ପକାଇବାକୁ ବି ସ୍ଥାନ ନାହିଁ। ଅନ୍ୟପଟେ ପଲମ୍ୟୁନାରି ବିଭାଗ ସେଣ୍ଟର ଅଫ୍ ଏକ୍ସଲେନ୍ସିରେ ଖୋଲାଯିବାକୁ ଥିବା କୋଭିଡ୍ ୪ର୍ଥ ଯୁନିଟ୍ରେ ଥିବା ଆଇସିୟୁରେ ୧୦ ସଂକ୍ରମିତଙ୍କୁ ଭର୍ତ୍ତି କରାଯାଇଛି। ବାତ୍ୟା ୟାସ୍ ପ୍ରଭାବରେ ବାଲେଶ୍ବରରୁ ଆସିଥିବା ୭ଜଣ ଓ ବିଭିନ୍ନ ଜିଲ୍ଲାରୁ ଆସିଥିବା ପାଖାପାଖି ୨୦ଜଣଙ୍କୁ ଏସ୍ସିବିରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
ଶିଶୁଙ୍କ ପାଇଁ କୋଭିଡ୍ ସଂକ୍ରମଣ ଦିନକୁ ଦିନ ବିପଦ ସାଜୁଥିବାବେଳେ କୋଭିଡ୍ରେ ସଂକ୍ରମିତ ହୋଇ ୨ମାସରୁ ଆରମ୍ଭ କରି ୭ବର୍ଷ ପର୍ଯ୍ୟନ୍ତ ୭ ଜଣ ଶିଶୁ ରୋଗୀ ଏସ୍ସିବି କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏସ୍ସିବିରେ ଆଜି ଚିକିତ୍ସିତ ହେଉଥିବା ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ଏସ୍ସିବି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
The post ଏସ୍ସିବି କୋଭିଡ୍ ହସ୍ପିଟାଲ ଭର୍ତ୍ତି first appeared on Sambad.from ଜିଲ୍ଲା | Sambad https://ift.tt/3i2Onbc
0 Comments