
ପୁରୀ : ଗତକାଲି ବିଳମ୍ବିତ ରାତିରେ ରାଜ୍ୟସଭା ସାଂସଦ, ଅନନ୍ୟ ସ୍ଥପତି, ପଦ୍ମବିଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କର ଶେଷକୃତ୍ୟ ପୁରୀର କୋଭିଡ୍ ଶ୍ମଶାନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏଠାରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଉପଜିଲ୍ଲାପାଳ ଭବତାରଣ ସାହୁ, ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ପର୍ଶୁରାମ ମଲ୍ଲିକ ଏବଂ ହୟାତ୍ ଖାନ୍ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକୁ ସମ୍ପାଦିତ କରିଥିଲେ। ସ୍ବର୍ଗତ ମହାପାତ୍ରଙ୍କ ନାତି ସ୍ମିତେଶ ମହାପାତ୍ର ମୁଖାଗ୍ନି ଦେଇଥିଲେ।
ଗତକାଲି ରାତିରେ ପଦ୍ମବିଭୂଷଣ ସ୍ବର୍ଗତ ମହାପାତ୍ରଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଭୁବନେଶ୍ବରରୁ ପୁରୀକୁ ଅଣାଯାଇଥିଲା। ଏଠାରେ ଗିରଳସ୍ଥିତ କୋଭିଡ୍ ଶ୍ମଶାନରେ ମରଶରୀର ପହଞ୍ଚିବା ପରେ ସେଠାରେ ତାଙ୍କୁ ଅଧିକାରୀମାନଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ତେବେ ବିଳମ୍ବିତ ରାତିରେ ଅନ୍ତିମ ସଂସ୍କାର କରାଯାଇଥିବାରୁ ଏଠାରେ ପୁଲିସ ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ପାରିନଥିଲା। ସ୍ବର୍ଗତ ମହାପାତ୍ରଙ୍କ ପୁଅ ସଂକ୍ରମିତ ହୋଇ ଚିକିତ୍ସାଧୀନ ଥିବାରୁ ଏଠାରେ ତାଙ୍କ ଜ୍ବାଇଁ ଶ୍ରୀକାନ୍ତ ମହାରଣା ଉପସ୍ଥିତ ଥିଲେ।
The post ରଘୁନାଥଙ୍କ ଶେଷକୃତ୍ୟ ସମ୍ପନ୍ନ first appeared on Sambad.from ଜିଲ୍ଲା | Sambad https://ift.tt/3oa0F2v
0 Comments