କଟକ : ଗତ କିଛିଦିନ ଧରି ଓଡ଼ିଶାରୁ ଦେଶର ଅନ୍ୟ ରାଜ୍ୟଗୁଡ଼ିକୁ ଅକ୍ସିଜେନ୍‌ ଯୋଗାଣ ପ୍ରକ୍ରିୟା ଅବ୍ୟାହତ ରହିଛି। ଆଜି ସୁଦ୍ଧା ଓଡ଼ିଶାରୁ ବିଭିନ୍ନ ରାଜ୍ୟକୁ ୩୦୬ଟି ଟ୍ୟାଙ୍କ‌ରରେ ୫୫୯୮.୬୯୨ ଟନ୍ ଅକ୍ସିଜେନ୍‌ ଯୋଗାଣ ହୋଇସାରିଲାଣି। ଓଡ଼ିଶାର ଅନୁଗୁଳ, ଢେଙ୍କାନାଳ, ରାଉରକେଲା ଓ ଯାଜପୁର ଜିଲ୍ଲାରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ହରିୟାଣାକୁ ଅକ୍ସିଜେନ୍‌ ପଠାଯାଇଛି। ଏହି ଅଭିଯାନରେ ରାଉରକେଲା ସର୍ବାଧିକ ଅକ୍ସିଜେନ୍‌ ‌ଯୋଗାଇଛି।

ତଥ୍ୟ ମୁତାବକ, ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରୁ ୩୨ ଟ୍ୟାଙ୍କର ଯୋଗେ ୫୩୩ଟନ୍, ଢେଙ୍କାନାଳ ଜିଲ୍ଲାରୁ ୭୬ଟି ଟ୍ୟାଙ୍କର୍‌ ଯୋଗେ ୧୧୬୭.୫୧୯ ଟନ୍, ଯାଜପୁର ଜିଲ୍ଲାରୁ ୭୯ଟି ଟ୍ୟାଙ୍କର୍‌ ଯୋଗେ ୧୬୩୦.୪୬ ଟନ୍ ଓ ରାଉରକେଲାରୁ ୧୧୯ଟି ଟ୍ୟାଙ୍କର ଯୋଗେ ୨୨୬୭.୪୯୨ ଟନ୍ ଅକ୍ସିଜେନ୍‌ ବିଭିନ୍ନ ରାଜ୍ୟକୁ ଯୋଗାଣ କରାଯାଇଛି। ମୋଟ ୯୦ ଟ୍ୟାଙ୍କର୍‌ରେ ଆନ୍ଧ୍ରପ୍ରଦେଶକୁ ୧୮୪୭.୬୬ ଟନ୍‌, ୮୭ଟି ଟ୍ୟାଙ୍କର୍‌ରେ ତେଲେଙ୍ଗାନାକୁ ୧୪୪୬.୫୧୯ ଟନ୍, ତାମିଲନାଡୁକୁ ୭ଟି ଟ୍ୟ‌ାଙ୍କର୍‌ ଯୋଗେ ୧୩୬.୪୨ ଟନ୍, ହରିୟାଣାକୁ ୩୭ଟି ଟ୍ୟା‌ଙ୍କର୍‌ରେ ୭୦୨.୦୨୨ ଟନ୍, ମହାରାଷ୍ଟ୍ରକୁ ୧୪ଟି ଟ୍ୟାଙ୍କର୍‌ରେ ୨୩୪.୩୬ ଟନ୍‌, ଛତିଶଗଡ଼କୁ ୧୪ଟି ଟ୍ୟାଙ୍କରରେ ୨୧୪.୩୯୧ଟନ୍, ଉତ୍ତରପ୍ରଦେଶକୁ ୨୫ଟି ଟ୍ୟାଙ୍କର୍‌ ଯୋଗେ ୪୫୪.୭୩ ଟନ୍, ମଧ୍ୟପ୍ରଦେଶକୁ ୨୯ଟି ଟ୍ୟାଙ୍କର୍‌ ଯୋଗେ ୫୦୦.୧୭ ଟନ୍ ଅକ୍ସିଜେନ୍‌ ଯୋଗାଣ କରାଯାଇଛି। ଓଡ଼ିଶା ସରକାରଙ୍କ ଏଭଳି ପଦକ୍ଷେପ ଓ ଏଥିରେ ଓଡ଼ିଶା ପୁଲିସର ସହଯୋଗକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

The post ରାଜ୍ୟରୁ ୩୦୬ ଟ୍ୟାଙ୍କର୍‌ରେ ଗଲାଣି ୫୫୯୮ ଟନ୍ ଅକ୍ସିଜେନ୍‌ first appeared on Sambad.

from ଜିଲ୍ଲା | Sambad https://ift.tt/3xMiVn4