ଜୟପୁର: ପଣସ ବୋଝେଇ ଟ୍ରକରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ତାକୁ ଜବତ କରିଥିବାର ଖବର ମିଳିଛି। ଉପରେ ପଣସ ଭିତରେ ଗଞ୍ଜେଇ ବୋଝେଇ କରି ଚୋରାରେ ଚାଲାଣ କରୁଥିଲେ ମାଫିଆ। କୋରାପୁଟ ଜିଲ୍ଲା ଟିକାପୁଟ ଛକ ନିକଟରୁ ଦଶଚକିଆ ଟ୍ରକରୁ ଏକ ଟନରୁ ଅଧିକ ଓଜନର ଗଞ୍ଜେଇ ଜବତ କରିଛି ପୁଲିସ।

କୌଣସି ସୁତ୍ରରୁ ଗଞ୍ଜେଇ ଚୋରା ଚାଲାଣ ନେଇ ଖବର ଏସଡିପିଓ ସୂଚନା ପାଇ ଲମତାପୁଟ ଓ ମାଛକୁଣ୍ଡ ପୁଲିସ ସହାୟତାରେ ଚଢାଉ କରିଥିଲେ। ଟ୍ରକକୁ ଯାଞ୍ଚ କଲା ବେଳେ ପଣସ ତଳେ ରଖାଯାଇ ଏକ କ୍ୱିଣ୍ଟାଲ ୮ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି, ଯାହାର ଅନୁମାନିକ ମୁଲ୍ୟ କୋଟିଏରୁ ଅଧିକ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

The post ପଣସ ବୋଝେଇ ଟ୍ରକରେ ଚୋରା ଚାଲାଣ ହେଉଥିବା ବେଳେ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ first appeared on Sambad.

from ଜିଲ୍ଲା | Sambad https://ift.tt/2Rlelvt