
ଜଗତପୁର: ଜଗତପୁର ଥାନା ଇମାମନଗର (ଖଇରା )ଗ୍ରାମର ବୃଦ୍ଧ ଦମ୍ପତିଙ୍କ ଅଚାନକ ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l ମୃତ ପିତାମାତାଙ୍କ ବିବାହିତ କନ୍ୟା ସଂଯୁକ୍ତା କରଣଙ୍କ ଅଭିଯୋଗ ପରେ ଥାନା ପୁଲିସ ମହାନଦୀ ପାର୍ଶ୍ଵ ଶ୍ମଶାନରୁ ଶବଦାହ ପ୍ରସ୍ତୁତି ଚାଲିଥିଲା ବେଳେ ମୃତ କଳ୍ପତରୁ ରାଉତ (୭୨) ଓ ଗୁଣ୍ଡୁରୀ ରାଉତ (୬୫) ଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡମେଡିକାଲକୁ ପଠାଇଛି।
ଝିଅ ସଂଯୁକ୍ତାଙ୍କ ଅଭିଯୋଗ ମୁତାବକ ପିତାମାତା ଉଭୟ ସୁସ୍ଥ ଥିବା ବେଳେ ପୂର୍ବରୁ ଜମିବାଡ଼ିକୁ କେନ୍ଦ୍ର କରି କଳହ ଲାଗି ରହୁଥିଲା। ତେଣୁ ସେମାନଙ୍କ ହଠାତ ମୃତ୍ୟୁକୁ ନେଇ ସନ୍ଦେହ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।
The post ଶ୍ମଶାନରୁ ମୃତ ଦମ୍ପତିଙ୍କ ଶବ ଉଦ୍ଧାର କଲା ପୁଲିସ first appeared on Sambad.from ଜିଲ୍ଲା | Sambad https://ift.tt/3ol9nLn
0 Comments