କଟକ : ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କବି ଜୟନ୍ତ ମହାପାତ୍ର କରୋନାରେ ସଂକ୍ରମିତ ହୋଇ ଏସ୍‌ସିବି କୋଭିଡ୍ ହସ୍ପିଟାଲ୍‌ର ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ପକ୍ଷରୁ ସୂଚନା ମିଳିଛି।

କବି ଶ୍ରୀ ମହାପାତ୍ର କଟକ ତିନିକୋଣିଆ ବଗିଚାସ୍ଥିତ ତାଙ୍କ ବାସଭବନରେ ଏକାକୀ ରୁହନ୍ତି। ଜଣେ ମହିଳା ପରିଚାରିକା ତାଙ୍କର ଦେଖାଶୁଣା କରନ୍ତି। ୩/୪ଦିନ ହେଲା ତାଙ୍କର ଥଣ୍ଡା, କାଶ ସହ ଜ୍ବର ‌‌ହୋଇଥିଲା। ତାଙ୍କୁ ନିୟମିତ ଚିକିତ୍ସା କରୁଥିବା ଡାକ୍ତର ଜୟନ୍ତ ପଣ୍ଡାଙ୍କ ସହିତ ସେ ଯୋଗାଯୋଗ କରିଥିଲେ। ତାଙ୍କୁ ୯୩ ବର୍ଷ ହୋଇଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତର ପଣ୍ଡା ତାଙ୍କୁ ପରାମର୍ଶ ଦେଇଥିଲେ। ବଡ଼ ମେଡିକାଲରେ ଏକ ସ୍ବତନ୍ତ୍ର ଟିମ୍‌ ଆଜି ମଧ୍ୟାହ୍ନରେ ତାଙ୍କୁ ତିନିକୋଣିଆ ବଗିଚାସ୍ଥିତ ବାସଭବନରୁ ବଡ଼ମେଡିକାଲ କୋଭିଡ୍ ହସ୍ପିଟାଲ୍‌କୁ ନେଇଥିଲେ।‌ ସେଠାରେ ତାଙ୍କର କୋଭିଡ୍ ପରୀକ୍ଷା କରାଯିବା ପରେ ରିପୋର୍ଟ ପଜିଟିଭ୍ ଜଣାପଡ଼ିଥିଲା। ଏବେ ସେ କୋଭିଡ୍ ହସ୍ପିଟାଲର ଆଇସିୟୁ ୟୁନିଟ୍‌ରେ ରହି ଚିକିତ୍ସିତ ‌ହେଉଛନ୍ତି।

ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଶ୍ରୀ ମହାପାତ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

The post କବି ଜୟନ୍ତ ମହାପାତ୍ରଙ୍କୁ କରୋନା, ଏସ୍‌ସିବି ଆଇସିୟୁରେ ଭର୍ତ୍ତି first appeared on Sambad.

from ଜିଲ୍ଲା | Sambad https://ift.tt/2SNE5Ry