
କଟକ : ବୁର୍ଲାସ୍ଥିତ ଭୀମ୍ସାର ପଶ୍ଚିମ ଓଡିଶାର ସ୍ବାସ୍ଥ୍ୟ ବ୍ୟବସ୍ଥାର ପ୍ରାଣକେନ୍ଦ୍ର। କିନ୍ତୁ ଡାକ୍ତର ଅଭାବଜନିତ ସମସ୍ୟା ଏଯାଏ ଦୂର ହୋଇ ପାରିଲାନି। ପରୀକ୍ଷା ସମୟ ହେଉ ବା ଏନ୍ଏମ୍ସିର ଯାଂଚ ପ୍ରକ୍ରିୟା, ସେ ସମୟରେ ମେଡିକାଲ କଲେଜକୁ ସବୁବେଳେ ଡେପୁଟେସନ୍ରେ ଯାଉଛନ୍ତି ଡାକ୍ତର। ଏବେ ପୁଣି ପରୀକ୍ଷା ଓ ଏନ୍ଏମ୍ସି ଯାଂଚ ଥିବାରୁ କଟକ ବଡ ଡାକ୍ତରଖାନାର ପାଥୋଲୋଜି, ଚର୍ମ ରୋଗ ବିଭାଗର ଦୁଇଜଣ ପ୍ରଫେସର ଓ ଅସ୍ଥିଶଲ୍ୟ ବିଭାଗର ଦୁଇଜଣ ଆସୋସିଏଟ୍ ପ୍ରଫେସରଙ୍କୁ ବୁର୍ଲାର ଭୀମସାର ମେଡିକାଲ କଲେଜକୁ ଡେପୁଟେସନ୍ରେ ବଦଳି କରାଯାଇଛି। କିନ୍ତୁ ସେମାନଙ୍କ ସ୍ଥାନରେ ଏସ୍ସିବିରେ ଅନ୍ୟ କାହାରିକୁ ନିଯୁକ୍ତ କରାଯାଇନି। ଚିଠି ନଂ ୧୫୬୬୪ରେ ପ୍ରକାଶିତ ବିଜ୍ଞପ୍ତିରେ ଏସ୍ସିବି ପାଥୋଲୋଜି ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଲିଟି ମହାନ୍ତି, ଚର୍ମ ରୋଗ ବିଭାଗର ପ୍ରଫେସର ଡାକ୍ତର ଜୟଶ୍ରୀ ମହାନ୍ତି ଓ ଅସ୍ଥିଶଲ୍ୟ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ମନୋରଞ୍ଜନ ମଲ୍ଲିକ ଓ ଡାକ୍ତର ଗୌତମ ଶତପଥୀଙ୍କୁ ଭୀମସାର ବୁର୍ଲା ମେଡିକାଲ କଲେଜକୁ ପଠା ଯାଇଥିବା ବେଳେ ଚିଠିରେ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସେମାନେ ସେଠାରେ କାର୍ଯ୍ୟ କରିବେ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶିତ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।
The post ଭୀମସାର ଏନ୍ଏମ୍ସି ଯାଞ୍ଚ ଓ ପରୀକ୍ଷା: ଡେପୁଟେସନରେ ଗଲେ ଏସ୍ସିବିର ଦୁଇ ପ୍ରଫେସର, ଦୁଇ ଆସୋସିଏଟ୍ ପ୍ରଫେସର first appeared on Sambad.from ଜିଲ୍ଲା | Sambad https://ift.tt/3p2jPry
0 Comments