
ଘଟଗାଁ : କୋଭିଡ ମହାମାରୀର ଦ୍ୱିତୀୟ ଲହରୀ ସମଗ୍ର କେନ୍ଦୁଝର ଜିଲ୍ଲାକୁ କବଳିତ କରି ରଖିଥିବା ବେଳେ ବହୁ ରୋଗୀ ଅକ୍ସିଜେନ ଅଭାବରୁ ମୃତ୍ୟୁ ବରଣ କରିଥିବା ଦେଖାଯାଉଛି। ଅକ୍ସିଜେନ ଅଭାବକୁ ଦୃଷ୍ଟିରେ ରଖି ଲୋକଙ୍କୁ ଅକ୍ସିଜେନ ଦାନ କରିବାକୁ ଆଗେଇ ଆସିଛନ୍ତି ସମାଜସେବୀ ତଥା ଜିଲ୍ଲା ଯୁବ ବିଜେଡି ଉପ ସଭାପତି ସେକ ଇମ୍ରାନ।
ସେ ଢେଙ୍କିକୋଟ ଠାରେ ଅକ୍ସିଜେନ ସିଲିଣ୍ଡର ଗଚ୍ଛିତ ରଖୁଥିବା ବେଳେ ପୋଇପାଣି ଗ୍ରାମର ପ୍ରଦୀପ ମହାନ୍ତଙ୍କୁ ଅକ୍ସିଜେନ ଯୋଗାଇ ତାଙ୍କର ଜୀବନ ବଞ୍ଚାଇ ପାରିଛନ୍ତି। ତାଙ୍କ ଠାରୁ ମଧ୍ୟ ପଡୋଶୀ ମୟୂରଭଞ୍ଜ ଜିଲ୍ଲାର ରୋଗୀ ଅକ୍ସିଜେନ ନେଇ ପାରିବେ ବୋଲି ସେ ପ୍ରକାଶ କରିଛନ୍ତି। ନିକଟରେ ଚଢେଇ ଭୋଳର ଜଣେ ବ୍ୟକ୍ତି ଦୁଇଟି ଅକ୍ସିଜେନ ସିଲିଣ୍ଡର ନେଇ ଥିବା ମଧ୍ୟ ସେ କହିଛନ୍ତି।
The post ଅକ୍ସିଜେନ ଯୋଗାଇଲେ ଜିଲ୍ଲା ଯୁବ ବିଜେଡି ଉପ ସଭାପତି first appeared on Sambad.from ଜିଲ୍ଲା | Sambad https://ift.tt/3fkqc59
0 Comments