
ବ୍ରହ୍ମପୁର : ମହାମାରୀ କରୋନା କାହାକୁ ଛାଡ଼ୁ ନାହିଁ। ଏମିତିକି ନବଜାତ ଶିଶୁଙ୍କୁ ବି ଆକ୍ରାନ୍ତ କରି ମୃତ୍ୟୁମୁଖକୁ ଠେଲି ଦେଉଛି। ଏମ୍କେସିଜି ମେଡିକାଲରେ ଚିକିତ୍ସାଧୀନ ଏକ ୧୬ଦିନର ନବଜାତ ଶିଶୁପୁତ୍ରର ଆଜି ଅପରାହ୍ଣରେ ମୃତ୍ୟୁ ଘଟିଛି। ଶିଶୁକୁ ଅନ୍ୟ କୌଣସି ରୋଗ ନଥିଲା। ତା’ର ଓଜନ ମଧ୍ୟ ସ୍ବାଭାବିକ ରହିଥିଲା। କିନ୍ତୁ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଶିଶୁର ଅକ୍ସିଜେନ୍ସ୍ତର ହ୍ରାସ ପାଇଥିଲା। ଏଣୁ ତାକୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଙ୍କ ସକଳ ଉଦ୍ୟମ ସତ୍ବେ ସେ ବଞ୍ଚି ପାରିଲା ନାହିଁ ବୋଲି ଏମ୍କେସିଜି ମେଡିକାଲ ଶିଶୁରୋଗ ବିଶେଷଜ୍ଞ ଡା. ସୁନୀଲ କୁମାର ଅଗ୍ରୱାଲ୍ ସୂଚନା ଦେଇଛନ୍ତି। ଅନ୍ୟ ଏକ ଶିଶୁର ମଧ୍ୟ କୋଭିଡ୍ ପଜିଟଭ୍ ରହିଛି। ତା’ର ଚିକିତ୍ସା ଚାଲିଛି ବୋଲି ସେ କହିଛନ୍ତି।
ଜଣେ ଶିଶୁ ଗତ ରବିବାର ଦିନ ଏବଂ ଅନ୍ୟଜଣେ ଗତକାଲି ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଭର୍ତ୍ତି ହୋଇଥିଲେ। ଉଭୟେ ନବଜାତ ଶିଶୁପୁତ୍ର। ଉଭୟଙ୍କର ଥଣ୍ଡା, ଜ୍ବର ଓ କାଶ ରହିଥିଲା। ଉଭୟ ଶିଶୁ ଓ ବାପା-ମା’ଙ୍କ କରୋନା ପରୀକ୍ଷା କରାଯାଇଥିଲା। ଉଭୟ ଶିଶୁଙ୍କ ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ବାପା-ମା’ଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ଏଣୁ ଉଭୟ ଶିଶୁଙ୍କୁ ଏମ୍କେସିଜିରେ ଥିବା କୋଭିଡ୍ ହସ୍ପିଟାଲ୍-୧କୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଜଣେ ଶିଶୁର ମୃତ୍ୟୁ ଘଟିଛି। ଆଉ ଜଣେ ଶିଶୁ ଗୁରୁତର ରହିଛି। ତା’ର ମଧ୍ୟ ଅକ୍ସିଜେନ୍ସ୍ତର ଖସି ଯାଇଛି। ଏଣୁ ତାକୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
The post କରୋନାରେ ୧୬ ଦିନର ଶିଶୁ ମୃତ, ଆଉ ଜଣେ ଗୁରୁତର first appeared on Sambad.from ଜିଲ୍ଲା | Sambad https://ift.tt/3hqDgse
0 Comments