
ଖୋର୍ଦ୍ଧା: ୫ ତାରିଖରୁ ଜିଲ୍ଲାରେ ୧୫ ଦିନିଆ ଲକ୍ଡ଼ାଉନ ଆରମ୍ଭ ହେବ। ତେବେ ଲକ୍ଡ଼ାଉନ ପୂର୍ବରୁ ସାମଗ୍ରୀ କିଣାବିକା ପାଇଁ ଦୋକାନ ବଜାରେ ଲୋକମାନେ ଭିଡ଼ ବଢ଼ିଯାଇଛି। ମାସ୍କ ଲାଗାଇବା, ସାମାଜିକ ଦୂରତା ରଖିବା ଆଦି ନିୟମକୁ ଖୋଲା ଉଲ୍ଲଂଘନ କରୁଛନ୍ତି। ଆଜି ଏଭଳି ଉଲ୍ଲଂଘନ କରିଥିବାରୁ ପୌର ପ୍ରଶାସନ ଖୋର୍ଦ୍ଧା ମୁଖ୍ୟ ବଜାରର ଏକ ମାର୍କେଟ୍ କଂପ୍ଲେକ୍ସ ସହ ୫୧ଟି ଦୋକାନକୁ ସିଲ କରିଛି। ଆଜି ସକାରେ ୯-୧୦ଟାରେ ଦୋକାନ ଗୁଡ଼ିକ ଖୋଲିବା କ୍ଷଣି ଲୋକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା। କୌଣସି ଲୋକ ଓ ଦୋକାନୀ କୋଭିଡ କଟକଣା କିମ୍ବା ନିୟମ ମାନିନଥିଲେ।
ଏନେଇ ସୂଚନା ପୁଲିସ ପ୍ରଶାସନ ନିକଟରେ ପହଂଚିଥିଲା। ପୌର ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ, ଟାଉନ୍ ଥାନା ଅଧିକାରୀ ଉମାଶଙ୍କର ସିଂହଙ୍କ ସହ ୧ ସେକ୍ସନ୍ ପୁଲିସ୍ ଫୋର୍ସ ମାର୍କେଟ୍ କଂପ୍ଲେକ୍ସ ଠାରେ ପହଂଚିଥିଲେ। ସେଠାରେ ଥିବା ୪୧ଟି ଦୋକାନକୁ ସିଲ କରିଦେଇଥିଲେ। ଏହା ସହ କଂପ୍ଲେକ୍ସର ପ୍ରବେଶକୁ ପଥକୁ ବାଉଁଶ ବାଡ଼ ଦେଇ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଦୋକାନୀ ଓ ଅଧିକାରୀଙ୍କ ମଧ୍ୟ ବେଶ୍ କିଛି ସମୟ ଉଚ୍ଚବାଚ ହୋଇଥିଲା। ଏହା ସହ ଖୋର୍ଦ୍ଧା ସହରର ଅନ୍ୟ ୧୦ଟି ଦୋକାନ ମଧ୍ୟ କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ସିଲ୍ କରାଯାଇଥିବା ନିର୍ବାହୀ ଅଧିକାରୀ ଶ୍ରୀମତି ଶତପଥୀ ସୂଚନା ଦେଇଛନ୍ତି ।
The post କରୋନା କଟକଣା ଉଲ୍ଲଂଘନ; ମାର୍କେଟ୍ କଂମ୍ପେକ୍ସ ସହ ୫୧ ଦୋକାନ ସିଲ first appeared on Sambad.from ଜିଲ୍ଲା | Sambad https://ift.tt/33cbpDS
0 Comments