ରାଉରକେଲା: ରାଉରକେଲା ଇସ୍ପାତ କାରଖାନା(ଆର୍ ଏସ୍ ପି) ଦେଶର ବିଭିନ୍ନ ଅଞ୍ଚଳକୁ ତରଳ ମେଡିକାଲ ଗ୍ରେଡ୍ ଅମ୍ଳଜାନ(ଏଲ୍ଏମ୍ଓ) ପ୍ରେରଣ ଜାରି ରଖିଛି। ଆବଶ୍ୟକତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହାର ଉତ୍ପାଦନକୁ ବୃଦ୍ଧି କରାଯାଇଛି। ଏହି କ୍ରମରେ ଏଲ୍ଏମ୍ଓ ଉତ୍ପାଦନ, ପ୍ରେରଣ ମାତ୍ରାରେ ଆଶାତୀତ ବୃଦ୍ଧି ପାଇଛି।


ଗତକାଲି ଆର୍ ଏସ୍ ପି ପକ୍ଷରୁ ୬୨୩.୪୮ ଟନ୍ ପଠାଯାଇଥିଲା। ଏହା ହେଉଛି ସର୍ବକାଳୀନ ସର୍ବାଧିକ ଦିନିକିଆ ରେକର୍ଡ। ଏହା ପୂର୍ବରୁ ଗତ ୧୪ ତାରିଖ ଦିନ ୪୯୯.୧୬ ଟନ୍ ପଠାଯାଇଥିଲା। ଏନେଇ ଆର୍ ଏସ୍ ପି ସିଇଓ ଦୀପକ ଚଟ୍ଟରାଜ, ଅକ୍ସିଜେନ ପ୍ଲାଣ୍ଟ୍ କର୍ମକର୍ତ୍ତା, ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

The post ଦିନକରେ ୬୨୩ ଟନ୍ ଅମ୍ଳଜାନ ପଠାଇଲା ଆର୍ ଏସ୍ ପି : ସର୍ବକାଳୀନ ସର୍ବାଧିକ ଦିନିକିଆ ରେକର୍ଡ first appeared on Sambad.

from ଜିଲ୍ଲା | Sambad https://ift.tt/3eVHtTl